ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଚାଁଛିପଦା ପଞ୍ଚାୟତ ଅଧୀନ ମଗୁଶିରିଆ ଗାଁକୁ ବାପାଙ୍କ ସହିତ ସମ୍ପର୍କୀୟ ପିଉସୀ ଘରକୁ ଭୋଜି ଖାଇବାକୁ ଯାଇଥିବା ଦୁଇ ନାବାଳକ ଭାଇ ରହସ୍ୟଜନକ ଭାବେ ଏକସଙ୍ଗେ ନିଖୋଜହେବା ଘଟଣାରେ ଘରଲୋକେ ବୈଶିଙ୍ଗା ଥାନାରେ ଅପହରଣ ଅଭିଯୋଗ କରିଛନ୍ତି।
ଏତଲାକାରୀ ମଗୁସିରିଆ ଗ୍ରାମର ଲାଲମୋହନ ବିନ୍ଧାଣୀଙ୍କ ପୁଅ ଜଟିଆ ବିନ୍ଧାଣୀଙ୍କ ଅଭିଯୋଗ ମୁତାବକ ସେ ତାଙ୍କର ତାଙ୍କର ଦୁଇପୁଅ ଆକାଶ ବିନ୍ଧାଣୀ(୧୩) ଏବଂ ବାଦଲ ବିନ୍ଧାଣୀ(୧୦)ଙ୍କୁ ନେଇ ମଙ୍ଗଳବାର ସାରଦା ଗାଁରେ ଥିବା ଭିଣୋଇଘରକୁ ବାହାଘର ଭୋଜି ଖାଇବାକୁ ଯାଇଥିଲେ। ସେଠାରେ ଭୋଜିଖାଇ ବନ୍ଧୁବାନ୍ଧବଙ୍କ ସହିତ କଥାବାର୍ତ୍ତ ହେବାପରେ ରାତି ପ୍ରାୟ ୯ଟାରେ ଘରକୁ ବାହାରିବା ସମୟରେ ଦୁଇ ନାବାଳକ ପୁଅଙ୍କୁ ଆଉ ପାଇନଥିଲେ।
ଏକସଙ୍ଗେ ଦୁଇଭାଇ ରହସ୍ୟଜନକ ଭାବେ ନିଖୋଜ ହେବାକୁନେଇ ଚହଳ ପଡ଼ିଯାଇଥିବା ବେଳେ ସଙ୍ଗେସଙ୍ଗେ ଆଖପାଖ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ। ଦୁଇପୁଅଙ୍କର କୈାଣସି ସନ୍ଧାନ ନପାଇ ଶେଷରେ ଜଟିଆ ବୁଧବାର ବୈଶିଙ୍ଗା ଥାନାରେ ଦୁଇପୁଅଙ୍କୁ ଅପହରଣ କରାଯାଇଥିବା ନେଇ ଏତଲା ଦାଏର କରିଛନ୍ତି। ତେବେ ଜଟିଆ ନିଜର ସ୍ତ୍ରୀଙ୍କ ଠାରୁ ଦୀର୍ଘଦିନ ହେବା ଅଲଗା ରହୁଥିବା ବେଳେ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଲାଗି ରହିଥିବା ମନମାଳିନ୍ୟ ହିଁ ଦୁଇ ନାବାଳକ ପୁଅଙ୍କର ରହସ୍ୟଜନକ ଭାବେ ନିଖୋଜ ହେବାର କାରଣ ବୋଲି ଅନୁମାନ କରାଯାଉଛିl
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/02/missing-boys-2025-07-02-22-40-47.jpg)