ରାଉରକେଲା: ପରିବାରର ବିବାହ ପାଇଁ ଦାଦାଙ୍କ ସହିତ ସ୍କୁଟିରେ ଯାଉଥିବା ବେଳେ ୨ ନାବାଳିକା ଭଉଣୀଙ୍କର ମୃତ୍ୟୁ ଘଟିଛି। ଦାଦା ଓ ୨ ଭଉଣୀଙ୍କୁ ଦ୍ରୁତଗାମୀ ହାଇୱା ଧକ୍କା ଦେଇଛି। ସୁନ୍ଦରଗଡ଼ ଜିଲ୍ଲା ରଜାମୁଣ୍ଡା ବାଇପାସ୍ ନିକଟରେ ମଙ୍ଗଳବାର ଅପରାହ୍ଣରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ଦୁଇ ଭଉଣୀ ହେଲେ ଜାନକୀ ଠାକୁର ଓ କରିସ୍ମା ଠାକୁର। ସୁଧୀର ଠାକୁରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଖବର ପଢ଼ନ୍ତୁ: ‘ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼, ସଶକ୍ତ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ’
ପୀଉଷୀ ଝିଅ ଭଉଣୀର ବିବାହରେ ନୂଆ ପୋଷାକ ପିନ୍ଧିବେ ବୋଲି ଜାନକୀ ଓ କରିସ୍ମା ବହୁତ ଉତ୍ସାହିତ ହୋଇ ବାହାରିଥିଲେ। କିନ୍ତୁ ସେମାନଙ୍କର ସ୍ବପ୍ନ ପୂରା ହୋଇପାରିଲା ନାହିଁ। ଦୁର୍ଘଟଣାରେ ପ୍ରାଣ ହରାଇବାକୁ ପଡ଼ିଲା।
ଏହି ଖବର ପଢ଼ନ୍ତୁ: ସୁରକ୍ଷା ବାହିନୀକୁ ସଫଳତା: ନୂଆପଡ଼ାର ଜଙ୍ଗଲରେ ଚଳପ୍ରଚଳ କରୁଥିଲା ଚଳପତି
ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅଧୀନ କୁଳିପୋଷ ଗାଁର ଉମେଶ ଠାକୁର, ତାଙ୍କର ଭାଇ ରମେଶ ଠାକୁର ଓ ସୁଧୀର ଠାକୁର ଭାଣିଜୀର ବିବାହ ପାଇଁ ଆଜି ଅପରାହ୍ଣରେ ଜିନିଷପତ୍ର କିଣାକିଣି କରିବାକୁ ବାହାରି ଥିଲେ। ତାଙ୍କ ସହିତ ରମେଶଙ୍କର ଦୁଇ ଝିଅ ଜାନକୀ ଠାକୁର ଓ କରିସ୍ମା ଠାକୁର ମଧ୍ୟ ଦାଦା ସୁଧୀର ଠାକୁର (୩୦)ଙ୍କ ସହିତ ସ୍କୁଟିରେ ଯାଉଥିଲେ। ସେମାନେ ବଣାଇ ବଜାରରେ ଜିନିଷ ପତ୍ର କିଣିଥାନ୍ତେ। ପୀଉଷୀ ଝିଅ ଭଉଣୀର ବିବାହରେ ନୂଆ ପୋଷାକ ପିନ୍ଧିବେ ବୋଲି ଜାନକୀ ଓ କରିସ୍ମା ବହୁତ ଉତ୍ସାହିତ ହୋଇ ବାହାରିଥିଲେ। କିନ୍ତୁ ସେମାନଙ୍କର ସ୍ବପ୍ନ ପୂରା ହୋଇପାରିଲା ନାହିଁ। ଦୁର୍ଘଟଣାରେ ପ୍ରାଣ ହରାଇବାକୁ ପଡ଼ିଛି।
ଏହି ଖବର ପଢ଼ନ୍ତୁ: ବର୍ତ୍ତମାନ ସୁଦ୍ଧା ୭୨୦୮ କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଛି: ଯୋଗାଣ ମନ୍ତ୍ରୀ
ସ୍କୁଟି ଆରୋହୀ ୩ ଜଣଙ୍କୁ ରାଜମୁଣ୍ଡା ବାଇପାସ୍ ନିକଟରେ ଏକ ଦ୍ରୁତଗାମୀ ହାଇୱା ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କର ସୂଚନା କ୍ରମେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ଗୁରୁତର ସୁଧୀରଙ୍କୁ ଡାକ୍ତରଖାନାକୁ ପଠାଇଛି। ରିପୋର୍ଟ ଲେଖାଯିବା ବେଳକୁ ସୁଧୀରଙ୍କୁ ରାଉରକେଲା ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ପୁଲିସ ଦୁଇ ଭଉଣୀଙ୍କ ଶବ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
ଏହି ଖବର ପଢ଼ନ୍ତୁ: ୭୬ତମ ସାଧାରଣତନ୍ତ୍ର ଦିବସ: ଓଡ଼ିଶାରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/21/lEqm1ahTdt9l3bTAnk5E.jpg)