ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଲତା। ନକ୍ସଲଙ୍କ ପାଇଁ ହତିଆର ଓ ବିସ୍ଫୋରକ ନେଇ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ କାବୁ କରିଛି। ପିଏଲଜିଏ ବାଟାଲିୟନର ସହରରେ ଥିବା ସହରୀ ନକ୍ସଲ ନକ୍ସଲଙ୍କ ପାଇଁ ବିଭିନ୍ନ ଜିନିଷ ନେଉଥିବା ନେଇ ପୁଲିସ ଖବର ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।
ପୁଲିସକୁ ସୂଚନା ମିଳିଥିବା ଯେ ପାଟନାପାରା ଛକ ନିକଟରେ ଏକ ପରିତ୍ୟକ୍ତ ଘରେ ଦୁଇ ଜଣ ସନ୍ଦିଗ୍ଧ ରହୁଛନ୍ତି। ତୁରନ୍ତ ପୁଲିସ ଘରକୁ ଘେରି ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରି ଯାଞ୍ଚ କରିଥିଲେ। ସେମାନଙ୍କ ନିକଟରୁ ୨ କିଲୋ ୟୁରିଆ ପାଉଡର, ୨ ଡବା ପୋଟାସିୟମ ନାଇଟ୍ରେଟ, ୩ ଡବା ଆଲୁମିନିୟ ପାଉଡର, ୫ ପ୍ୟାକେଟ ପ୍ୟାକିଂ ରାପର, ଗୋଟିଏ ଟିଫିନ ବୋମା, ୨ଟି ଡିଟୋନେଟର, ନକ୍ସଲ ପୁସ୍ତକ, ୨ଟି ମୋବାଇଲ ଓ ସିମ ଏବଂ ଵାକିଟକି ଇତ୍ୟାଦି ଜବତ କରାଯାଇଥିଲା। ଏହି ଦୁଇ ନକ୍ସଲ ହେଲେ ସଂତୋଷ ମଣ୍ଡଳ(୨୮) ଏବଂ ଏସ.ନାଗାର୍ଜୁନ(୩୦)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/9CFG5MTA0SkcwYQe3ACl.jpg)