ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ପୁଲିସ ୨ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଚିନ୍ତାଗୁମ୍ଫା ଥାନା ଅଂଚଳର କରିଗୁଡମ ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ଜଂଗଲରେ ଦୁଇ ଜଣ ବ୍ୟକ୍ତି ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ।
ତୁରନ୍ତ ଯବାନ ଘେରାବନ୍ଦୀ କରି ଦୁଇ ସନ୍ଦଗ୍ଧ ବ୍ୟକ୍ତିଙ୍କୁ କାବୁ କରିଥିଲେ। ସେମାନଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ଜଣେ ମଡକମ କେଶା ଏବଂ ଅନ୍ୟ ଜଣେ ମାଡକମ ଚେତୁ ବୋଲି ପରିଚୟ ଦେଇଥିଲା। ଦୁଇ ଜଣ ବ୍ୟକ୍ତି ନକ୍ସଲ ସଂଗଠନର ଡିକେଏମଏସ ସଦସ୍ୟ ରୂପେ କାର୍ଯ୍ୟ କରୁଥିବା କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/qptWjeHSiURpFNKXGZpl.jpg)