ମାଲକାନଗିରି: ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଆଜି ସକାଳେ ପୁଲିସ ଏନ୍କାଉଣ୍ଟରରେ ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ ହୋଇଛନ୍ତି। ଏମାନେ ଆରକେବି ଡିଭିଜନର ସକ୍ରିୟ ସଦସ୍ୟ ଥିଲେ। ନିପାତ ହୋଇଥିବା ଦୁଇ ମାଓବାଦୀ ହେଲେ ଏସଜେଡସି ବିଜୟ ରେଡ୍ଡୀ ଏବଂ ଡିଭିସି ଲୋକେଶ ସଲାମେ।
ସୂଚନା ଅନୁସାରେ କାଙ୍କେର ଜିଲ୍ଲାର ମାନପୁର ମୋହଲା ଅଂଚଳରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ତେବେ ସକାଳରୁ ପ୍ରବଳ ବର୍ଷା ସତ୍ତ୍ବେ ଯବାନ ମଦନବାଡ଼ା ଥାନା ଅଂଚଳର ରେତଗାଓଁ ନିକଟସ୍ଥ ଜଂଗଲରେ ଚଢ଼ଉ କରିଥିଲେ। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।
ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ତେବେ ସକାଳରୁ ପ୍ରବଳ ବର୍ଷା ସତ୍ତ୍ବେ ଯବାନ ମଦନବାଡ଼ା ଥାନା ଅଂଚଳର ରେତଗାଓଁ ନିକଟସ୍ଥ ଜଂଗଲରେ ଚଢ଼ଉ କରିଥିଲେ। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।
ପରେ ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁଇ ଜଣ ମାଓବାଦୀଙ୍କର ଶବ ଜବତ କରାଯାଇଥିଲା। ମୃତ ମାଓବାଦୀଙ୍କୁ ଚିହ୍ନଟ କରାଯାଇଥିଲା। ଏସଜେଡସି ବିଜୟ ରେଡ୍ଡୀ ବହୁ ଥର ପୁଲିସ ଗୁଳିରୁ ବର୍ତ୍ତି ଯାଉଥିଲା। ଦୁଇ ଦୁର୍ଦାନ୍ତ ନକ୍ସଲ ମୃତ୍ୟୁ ପରେ ଆରକେବି ଡିଭିଜନ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ପୁଲିସ କହିଛି। ଯବାନ ଜଂଗଲରୁ ଫେରିବା ପରେ ହିଁ କେତେ ନକ୍ସଲ ମୃତାହତ ହୋଇଛନ୍ତି ସଠିକ କୁହାଯାଇପାରିବ ବୋଲି ପୁଲିସ କହିଛି।
Malkangiri | maoists
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/13/naxal-2025-08-13-21-01-17.jpg)
