ନୂଆପଡ଼ା: ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜଙ୍ଗଲରେ ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି। ମେନ୍ପୁର ଥାନା ଅଧୀନ କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀର ଯବାନମାନେ ୨ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି।
ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ନକ୍ସଲମାନେ ଥିବା ନେଇ ସୁରକ୍ଷା ବାହିନୀର ୧୦ଟି ଟିମ୍ ମିଳିତ ଅଭିଯାନ କରିଥିଲେ। ଏଥିରେ ୩ଟି ଏସ୍ଓଜି, ୨ଟି ଛତିଶଗଡ଼ ପୁଲିସ ଓ ୫ଟି ସିଆରପିଏଫ୍ର ଟିମ୍ ସାମିଲ ଥିଲେ। ସୁରକ୍ଷା ବାହିନୀର ଗୁଳିରେ ୨ ଜଣ ନକ୍ସଲଙ୍କର ମୃତଦେହ ମିଳିଛି। ଏଥି ସହି ଘଟଣାସ୍ଥଳରୁ ଗୋଟିଏ ଏସ୍ଏଲ୍ଆର ବନ୍ଧୁକ, ୩ଟି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହା ସହ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି।
/sambad/media/media_files/2025/01/20/DWHSXMnyzAJfIRp1IPWv.jpg)
ଏହି ଖବର ପଢ଼ନ୍ତୁ: ଯବାନଙ୍କ ଗୁଳିରେ ୩ ନକ୍ସଲ ନିହତ
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ରାତିରୁ ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ପୁଲିସ ଏବଂ ସିଆରପିଏଫର ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଆଜି ସକାଳୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ତେବେ ଏହି ଗୁଳି ବିନିମୟ ବେଳେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି।
ଏହି ଖବର ପଢ଼ନ୍ତୁ: ଦୋଷୀ ସଞ୍ଜୟକୁ ମିଳିଲା ଆଜୀବନ କାରାଦଣ୍ଡ
ସୂଚନାଯୋଗ୍ୟ, ଗତ ୩ ତାରିଖରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ ବେଳେ ୩ ଜଣ ନକ୍ସଲଙ୍କୁ ନିପାତକରିଥିଲେ। ଗରିଆବନ୍ଧ ଓ ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ଗୋଇନ୍ଦା ବିଭାଗ ଓ ସୁରକ୍ଷା ବାହିନୀର ଯବାନମାନେ ଖବର ପାଇ ଅପରେସନ୍ ଆରମ୍ଭ କରିଥିଲେ। ଏହି ଅପରେସନ୍ ପାଇଁ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆର୍ପିଏଫ୍)କୁ ଓଡ଼ିଶାର ସ୍ପେସାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ଓ ଛତିଶଗଡ଼ ସ୍ପେସାଲ ଫୋର୍ସ ସହଯୋଗ କରିଥିଲେ। ଯବାନମାନେ ନକ୍ସଲଙ୍କ ସହିତ ମୁହାଁମୁହିଁ ହେବାରୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ନକ୍ସଲ ନିହତ ହୋଇଥିଲେ। ୫ଟି ମାରଣାସ୍ତ୍ର ସହ ମାଓବାଦୀ ସାମଗ୍ରୀ ଜବତ ହୋଇଛି।
ଏହି ଖବର ପଢ଼ନ୍ତୁ: ମୁହଁ ଖୋଲିଲେ ଦେବେଶ, ଏମିତି ଦେଲେ ପ୍ରତିକ୍ରିୟା