ମାଲକାନଗିରି: ମାଓବାଦୀ ଏବେ ଘାଇଲା ବାଘ ଭଳି ବୁଲୁଛନ୍ତି। ପୁଲିସର ଲଗାତାର ଚଢ଼ାଉରେ ବ୍ୟତିବ୍ୟସ୍ତ ହୋଇଥିବା ମାଓବାଦୀ ପୁଲିସର ସୂଚନାଦାତାଙ୍କୁ ଖୋଜୁଛନ୍ତି। ପୁଲିସ ଏନକାଉଣ୍ଟରରେ ଗତ ସପ୍ତାହ ମଧ୍ୟରେ ୧୫ ଜଣ ନକ୍ସଲକୁ ମାରିଥିବା ବେଳେ ସମସ୍ତେ ଆଗଧାଡିର ନକ୍ସଲ ଅଟନ୍ତି। ତେଣୁ ଛତିଶଗଡର ବିଜାପୁର ଜିଲ୍ଲାର ଭେରମଗଡ ଥାନା ଅଂଚଳର ଜେପାମାର୍କା ଗ୍ରାମ ନିକଟସ୍ଥ ଜଂଗଲରେ ନକ୍ସଲ ବସାଇଥିଲେ ପ୍ରଜାକୋର୍ଟ। ଏହା ପୂର୍ବରୁ ଗ୍ରାମର ଦୁଇ ଗ୍ରାମବାସୀ ଏବଂ ଜଣେ ଛାତ୍ରକୁ ପ୍ରଜାକୋର୍ଟରେ ଡାକରା ହୋଇଥିଲା। ପ୍ରଜାକୋର୍ଟରେ ଦୁଇ ଗ୍ରାମବାସୀ ମାଡବୀ ସୁଜା ଓ ପଡିଆମି କୋସାକୁ ପୁଲିସ ସୂଚନାଦାତା ଭାବେ ଦୋଷୀ କରାଯାଇଥିଲା।

Advertisment

ଏନେଇ ନକ୍ସଲ ପ୍ରଜାକୋର୍ଟରେ ଗ୍ରାମବାସୀଙ୍କୁ ଏମାନଙ୍କୁ କି ଦଣ୍ଡ ଦେବା ବୋଲି ପଚାରିବାରୁ ଲୋକେ ଏମାନଙ୍କୁ ଫାଶୀରେ ଝୁଲାଇବାକୁ କହିଥିଲେ। ଲୋକଙ୍କ ମତକୁ ଆଗ୍ରାହ୍ୟ ଦେଇ ନକ୍ସଲ ଏହି ଦୁଇ ଗ୍ରାମବାସୀଙ୍କୁ ଫାଶୀରେ ଝୁଲାଇ ଦେଇଥିଲେ।ସମସ୍ତଙ୍କ ସାମ୍ନାରେ ଏଭଳି ହତ୍ୟା କରାଯାଇଥିଲା। ତେବେ ଛାତ୍ରଙ୍କ ନାମରେ ମଧ୍ୟ ସଂଗୀନ ଅଭିଯୋଗ ରହିଥିବା ବେଳେ ଛାତ୍ର ଆଗକୁ ଏଭଳି କାମ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ତାକୁ ଛାଡ଼ି ଦେଇଥିଲେ। ଭୈରମଗଡ଼ ଏରିଆ କମିଟିର ନକ୍ସଲ ଏହି ଘଟଣା ଘଟାଇଥିବା ନେଇ ନିଜକୁ ଦାୟୀ କରିଛନ୍ତି। 

ଛାତ୍ରଙ୍କ ନାମରେ ମଧ୍ୟ ସଂଗୀନ ଅଭିଯୋଗ ରହିଥିବା ବେଳେ ଛାତ୍ର ଆଗକୁ ଏଭଳି କାମ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ତାକୁ ଛାଡ଼ି ଦେଇଥିଲେ। ଭୈରମଗଡ଼ ଏରିଆ କମିଟିର ନକ୍ସଲ ଏହି ଘଟଣା ଘଟାଇଥିବା ନେଇ ନିଜକୁ ଦାୟୀ କରିଛନ୍ତି। 

ଫାଶୀ ଖୁଣ୍ଟରେ ଝୁଲୁଥିବା ଦୁଇ ଗ୍ରାମବାସୀଙ୍କ ଦେହରେ ପୋଷ୍ଟର ମାରି ଚାଲିଯାଇଥିଲେ। ପରେ ଗ୍ରାମବାସୀ ଦୁଇ ଗ୍ରାମବାସୀଙ୍କ ଶବକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଦୁଇ ଗ୍ରାମବାସୀ ପ୍ରଜାକୋର୍ଟରେ ନିର୍ଦୋଷ ବୋଲି ନେହୁରା ହୋଇ କହିଥିଲେ ମଧ୍ୟ ଏମାନଙ୍କ କଥାକୁ ମାନିନଥିଲେ।ଲୋକଙ୍କ ମନରେ ଭୟ ଜାତ କରିବା ପାଇଁ ନକ୍ସଲ ଏଭଳି ହଂସା ଘଟାଇ ଲୋକଙ୍କୁ ଭୟଭିତ କରୁଥିବା ପୁଲିସ କହିଛି। ଅକାରଣରେ ଦୁଇ ନିରୀହ ଲୋକଙ୍କ ଜୀବନ ଚାଲିଯାଇଥିବା ପୁଲିସ କହିଛି। ଏମାନେ କେବେ ମଧ୍ୟ ପୁଲିସ ଇନଫର୍ମପର ନଥିଲେ ବୋଲି ପୁଲିସ କହିଛି। ନକ୍ସଲ ଘାଇଲା ବାଘ ଭଲୁ ବୁଲୁଥିବାଲୁ ଯାହାକୁ ପାରିଲେ ତାକୁ ପୁଲିସ ସୂଚନାଦାତା ବୋଲି କହି ହତ୍ୟା କରୁଛନ୍ତି।