ରାଜନଗର: ପାକିସ୍ତାନୀ ଆତଙ୍କବାଦୀଙ୍କ ବର୍ବରୋଚିତ ଗୁଳିକାଣ୍ଡରେ ପେହେଲଗାମରେ ୨୮ଜଣ ଭାରତୀୟ ପର୍ଯ୍ୟଟକ ସହିଦ ହୋଇଛନ୍ତି | ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଉପରେ ଗତକାଲି ବିଳମ୍ବିତ ରୀତିରେ ଭାରତୀୟ ବୀର ଯବାନମାନେ ଆକ୍ରମଣ କରିଛନ୍ତି | ଏହି ଆକ୍ରମଣରେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡାସ୍ଥଳୀ ମାଟିରେ ମିଶିଛି | ପାକିସ୍ତାନ  ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଛି | ଏଲଓସିରେ ଗୁଳି ବିନିମୟ ଜାରି ରହିଛି | ଭାରତର ଆକ୍ରମଣରେ ସାରା ଭାରତରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ରାଜନଗର ବ୍ଲକ ଡାଙ୍ଗମାଳରେ ଖୁସି ଟିକେ ଅଧିକ ରହିଛି | ଡାଙ୍ଗମାଳର ଦୁଇ ବୀର ଯବାନ ଜାମୁ କଶ୍ମୀରରେ ନିୟୋଜିତ ରହିବା ସହ ଯୁଦ୍ଧରେ ନିୟୋଜିତ ଥିବାରୁ ଗାଁରେ ଓ ପରିବାରରେ ଖୁସିର ଲହରୀ ଖେଳିଯାଇଛି |

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଡାଙ୍ଗମାଳ ଗାଁର ସଦାଶିବ ବେଦୀ ଓ ଶ୍ୟାମାମଣି ବେଦୀଙ୍କ ବୀର ପୁତ୍ର ଶଶିକାନ୍ତ ବେଦୀ  (୨୪ ବର୍ଷ ) | ଶଶିକାନ୍ତ ଦୁଇ ବର୍ଷ ହେଲା ସେନାବାହିନୀରେ ବିଏସଏଫ ଯବାନ ଭାବେ ଭରତ ମାଆର ସେବା କରୁଛନ୍ତି | ପହେଲଗାମ ଆକ୍ରମଣ ପରେ ସେଠାରେ ସର୍ଚ ଅପରେସନ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ | କାଶ୍ମୀରୀର ବାରବୁଲାର ପେହେଲଗାମରେ ସେ ନିୟୋଜିତ ଅଛନ୍ତି | ଗତକାଲି ରାତି ପ୍ରାୟ ୮ ଘଟିକା ସମୟରେ ତାଙ୍କ ବାପାଙ୍କ ସହ କଥାହେବା ସହ ବ୍ୟସ୍ତ ଥିବା କହିଥିବା ତାଙ୍କ ବାପା ସଦାଶିବ ବେଦୀ କହିଛନ୍ତି |ପୁଅ ଦେଶ ପାଇଁ ସେବା କରୁଥିବାରୁ ଘଡ଼ିସନ୍ଧି ମୁହୂର୍ତ୍ତରେ ସୀମାରେ ନିୟୋଜିତ ଥିବାରୁ ସଦାଶିବ ବୀର ଯବାନଙ୍କ ବାପା ଭାବରେ ନିଜକୁ ଗର୍ବ ଅନୁଭବ ହେଉଥିବା କହିଛନ୍ତି | ଘରେ ତାଙ୍କର ଜେଜେ ମା ତୁଳସୀ ବେଦୀ , ସାନ ଭାଇ ସୂର୍ଯ୍ୟକାନ୍ତ ଓ ସାନ ଭଉଣୀ ସ୍ବାଗତିକ ଅଛନ୍ତି | ସମସ୍ତେ ବୀର ଯବାନ ଭାଇ , ଜେଜେମା ଭାବେ ନିଜକୁ  ଭାଗ୍ୟବାନ ମନେ କରୁଥିବା କହିବା ସହ ଆତଙ୍କବାଦୀଙ୍କୁ ସହଯୋଗ କରିଥିବା ପାକିସ୍ତାନକୁ କଡା ଜବାବ ଭାରତୀୟ ସେନା ଦେବେ ଓ ଭାରତର ନିଶ୍ଚିନ୍ତ ବିଜୟ ହେବ ବୋଲି କହିଛନ୍ତି |

ଡାଙ୍ଗମାଳ ଗାଁର ଦୁଇ ବୀର ଯବାନ ଦେଶ ପାଇଁ ଯୁଦ୍ଧରେ ସାମିଲ ଅଛନ୍ତି | ଭାରତ ମାଆର ସେବା କରୁଛନ୍ତି | ପାହେଳଗ୍ରାମ ଆକ୍ରମଣ ପରେ ଆମ ଗାଁର ବୀର ଯବାନ ଉଧାର କାର୍ଯ୍ୟରେ ନିୟୋଜିତ ରହିବା ଆମ ଗାଁ ପାଇଁ ଗୌରବର ବିଷୟ | ଭାରତ ଆତଙ୍କବାଦୀଙ୍କ ଆଡସ୍ଥଳୀ ପାକିସ୍ତାନକୁ ଉଚିତ ଜବାବ ଦେବ , ଆମର ବୀର ପୁତ୍ର ବିଜଯ ଟୀକା ପିନ୍ଦି ଫେରିବେ , ଭାରତର ବିଜୟ ହେବ ସେଥିପାଇଁ ଅଞ୍ଚଳର ଆରାଧ୍ୟ ଦେବୀ ମାଆ ଜୟଦୂର୍ଗାଙ୍କ ପୀଠରେ ଦୀପଦାନ ଓ କୀର୍ତ୍ତନ କରାଯାଉଛି ବୋଲି ଗାଁର ମୁରବି ଲକ୍ଷ୍ମୀଧର ବାରିକ , ପ୍ରଭାତ କୁମାର ବେହେରା , ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ବେହେରା କହିଛନ୍ତି |

 


                   ଡାଙ୍ଗମାଳ ଗାଁର ପ୍ରିୟବ୍ରତ ବେହୁରା ( ୪୫ ବର୍ଷ ) | ପ୍ରିୟବ୍ରତ ୨୦୦୨ ମସିହାରୁ ବିଏସଏଫ ଯବାନ ଭାବେ କାର୍ଯ୍ୟରତ | ରାଜସ୍ଥାନର ଜସନମୀରରେ  ନିୟୋଜିତ ଥିଲେ | ମାସେ ତଳେ ତାଙ୍କର କାଶ୍ମୀରୀର କୁପୂୱାଡାକୁକୁ ବଦଳି ହୋଇଛି | ସେଠାରେ ବିଏସଏଫର ଆସିଷ୍ଟାଣ୍ଡ କମଣ୍ଡେଣ୍ଟ , କମ୍ପାନୀ କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି | ତାଙ୍କ ନେତୃତ୍ବରେ ଯବାନ ଟିମ ଏଲଓସି ରେ ଭାରତକୁ ସୁରକ୍ଷା ଦେଉଛନ୍ତି | ଭାରତ ମାଆର ସେବା ପାଇଁ ସେ ନିୟୋଜିତ ଅଛନ୍ତି , ଭାଇ ପାଇଁ ପୁରା ପରିବାର ଗର୍ବିତ ବୋଲି ତାଙ୍କ ସାନଭାଇ ପ୍ରୀତି ରଞ୍ଜନ କହିଛନ୍ତି | ଘରେ ପତ୍ନୀ , ପୁଅ , ଝିଅ , ବୁଢୀ  ମାଆଙ୍କ ସହିତ ଦୁଇ ଭାଇ , ଦୁଇ ଭଉଣୀ ଅଛନ୍ତି |
     

ଡାଙ୍ଗମାଳ ଗାଁର ଦୁଇ ବୀର ଯବାନ ଦେଶ ପାଇଁ ଯୁଦ୍ଧରେ ସାମିଲ ଅଛନ୍ତି | ଭାରତ ମାଆର ସେବା କରୁଛନ୍ତି | ପାହେଳଗାମ ଆକ୍ରମଣ ପରେ ଆମ ଗାଁର ବୀର ଯବାନ ଉଧାର କାର୍ଯ୍ୟରେ ନିୟୋଜିତ ରହିବା ଆମ ଗାଁ ପାଇଁ ଗୌରବର ବିଷୟ | ଭାରତ ଆତଙ୍କବାଦୀଙ୍କ ଆଡସ୍ଥଳୀ ପାକିସ୍ତାନକୁ ଉଚିତ ଜବାବ ଦେବ , ଆମର ବୀର ପୁତ୍ର ବିଜଯ ଟୀକା ପିନ୍ଧି ଫେରିବେ , ଭାରତର ବିଜୟ ହେବ ସେଥିପାଇଁ ଅଞ୍ଚଳର ଆରାଧ୍ୟ ଦେବୀ ମାଆ ଜୟଦୂର୍ଗାଙ୍କ ପୀଠରେ ଦୀପଦାନ ଓ କୀର୍ତ୍ତନ କରାଯାଉଛି ବୋଲି ଗାଁର ମୁରବି ଲକ୍ଷ୍ମୀଧର ବାରିକ , ପ୍ରଭାତ କୁମାର ବେହେରା , ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ବେହେରା କହିଛନ୍ତି |