ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ବର୍ତ୍ତନା ଗ୍ରାମରେ ବେଆଇନ ବାଣ ତିଆରି ଚାଲିଥିବାବେଳେ ବୁଧବାର ଭୟଙ୍କର ବିସ୍ଫୋରଣ ଘଟିବା ସହିତ ଜନୈକ ବ୍ୟକ୍ତି ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସେହି ଅଞ୍ଚଳରେ ଚାଲିଥିବା ବେଆଇନ ବାଣ ପ୍ରସ୍ତୁତିକୁ ରୋକିବା ନେଇ ବୈଶିଙ୍ଗା ପୁଲିସ ଏକ୍ସନ ମୋଡକୁ ଆସି ଗୁରୁବାର ଭୋର ସକାଳୁ ବର୍ତ୍ତନା ଅଞ୍ଚଳରେ ଚଢ଼ାଉ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ବିପୁଳ ପରିମାଣରେ ଗଛିତ ବେଆଇନ ବାଣ ଜବତ କରିଛି।
ସୂଚନା ଅନୁଯାଇ ଗତକାଲିର ଦୁର୍ଘଟଣା ପରେ ବୈଶିଙ୍ଗା ଥାନା ଆଇଆଇସି ତପନ ପ୍ରଧାନ, ଏସଆଇ ଦେବାଶିଷ ମଣ୍ଡଳ ଓ ଏଏସଆଇ ଭାବଗ୍ରାହୀ ମହାନ୍ତଙ୍କ ସହିତ ଏକାଧିକ ପୁଲିସ କର୍ମଚାରୀ ଗୁରୁବାର ଭୋର ସକାଳୁ ବର୍ତ୍ତନା ଅଞ୍ଚଳରେ ଚାଲିଥିବା ଏକାଧିକ ବେଆଇନ ବାଣତିଆରି ଗୋଦାମ ଉପରେ ଆତର୍କିତ ଚଢାଉ କରିଥିଲେ।
ଚଢ଼ାଉ ସମୟରେ ବିପୁଳ ପରିମାଣରେ ଅଫୁଟା ବାଣ, ବିସ୍ଫୋରକ ସାମଗ୍ରୀ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବୈଶିଙ୍ଗା ପୁଲିସ।l ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମର ରତିକାନ୍ତ ସାହୁଙ୍କ ପୁଅ ତ୍ରିଲୋଚନ(୫୪) ଓ କାଶୀନାଥ ସାହୁର ପୁଅ ପ୍ରଦୀପ(୩୨)।
/sambad/media/media_files/c1c7c841-6a2a-4f57-9691-28d95dec6f96.jpeg)
ଏନେଇ ବୈଶିଙ୍ଗା ଥାନାରେ ୩୫୫ ଓ ୩୫୬ ନଂରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହେବା ସହିତ ଆଗକୁ ତଦନ୍ତ ଚାଲିଛି। ତେବେ ଆଗକୁ ଦୀପାବଳି ଆସୁଥିବାରୁ ଏହି ବେଆଇନ ବାଣ ପ୍ରସ୍ତୁତି କାରବାର ରୋକିବାକୁ ଉକ୍ତ ଥାନା ଅଧୀନ ବାଛୁରୀପଡା, ମହୁଲ ପାଟଣା, ବାମଡା ଓ ବର୍ତ୍ତନା ଅଞ୍ଚଳରେ ଚଢ଼ାଉ ଜୋରଦାର ହେବାନେଇ ଥାନା ଅଧିକାରୀ ଶ୍ରୀପ୍ରଧାନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/86e1b464-f390-4579-ba0a-b41fab183175.jpeg)