ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ କିଛି ଦିନ ତଳେ ଗୋଟିଏ ଭାଲୁକୁ ଗ୍ରାମବାସୀ ଅତି ବର୍ବରତା ସହ ନିର୍ମମ ହତ୍ୟା କରିଥିଲେ। ଭାଲୁକୁ ବାନ୍ଧିବା ସହ ତାକୁ ଜଣେ ତାର ଦୁଇ କାନକୁ ଧରି ତାକୁ ବହୁ କଷ୍ଟ ଦେଉଥିବା ବେଳେ ଅନ୍ୟ ଜଣେ ତାକୁ ଠେଙ୍ଗାରେ ପିଟି ଚାଲିଥିଲା। ଭାଲୁଟି ଯନ୍ତ୍ରଣାରେ ଚିତ୍କାଲ କରୁଥିବା ଏକ ଭିଡିଓ ଭାଇରାଲ ହେବାକୁ ଲାଗିଲା। ଯାହାକୁ ନେଇ ସୁକମା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।
ଜଂଗଲ ମନ୍ତ୍ରୀଙ୍କ ନିର୍ଦେଶ ପରେ ବନ ବିଭାଗ ତତ୍ପରତା ଦେଖାଇ ପୁଲିସର ସହାୟତାରେ ତେଲେଙ୍ଗାନା ସୀମାରୁ ଦୁଇ ଜଣଙ୍କୁ ଗିରଫକରିବାରେ ସଫଳତା ପାଇଛି। ସୁକମା ଜିଲ୍ଲାର ପେନ୍ଦୁପାଡାର ଗ୍ରାମବାସୀ ବଣ୍ଡୋ ଭୀମା ଏବଂ ଚଣ୍ଡୋ ଦେବାକୁ ବନ ବିଭାଗ ଗିରଫ କରିଥିଲା। ଦୁହେଁ ଭାଲୁକୁ ଅତି ବର୍ବରତାର ସହ ମାରିଥିବା ସ୍ବୀକାର କରିଥିଲେ।
ବନ ବିଭାଗ ପକ୍ଷରୁ ଯିଏ ଏହି ଦୁଇ ଜଣଙ୍କ ନାମ କହିବ ତାଂକୁ ୧୦ ହଜାର ଟଂକା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଏହି ସୂଚନା ଦିଆଯାଇଥିବା ବ୍ୟକ୍ତିକୁ ୧୦ ହଜାର ଦିଆଯାଇଥିବା ବନ ବିଭାଗ କହିଛି। ଏମାନଙ୍କ ନାମରେ ବନ ବିଭାଗର ଆଇନ ଧାରା ୯୯୮୨/୨୧ ଦଫା ଲାଗିଥିବା ବିଭାଗ କହିଛି।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/15/nAQPZ2Hsn3NsJrUvgpr8.jpg)