ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ସଦର ଏଏନ୍ଏମ୍ ସେଣ୍ଟର ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୂହାମୁହି ଧକ୍କା ହୋଇଛି। ଏଥିରେ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ବିହାର ଶମ୍ଭୁ ରାୟ (୫୫) ଓ ମଇଦାଲପୁର ଥାନା ଅନ୍ତର୍ଗତ ମେରି ଗ୍ରାମର ଦେବେନ୍ଦ୍ର ନାୟକ (୨୮)।
ସୂଚନା ଅନୁଯାଇ ଡାବୁଗାଁ ନିକଟ ବୋରିପଦର ଦେଶୀ ମଦଭାଟି ରେ କାର୍ଯ୍ୟ କରୁଥିବା କର୍ମଚାରୀ ଶମ୍ଭୁ ରାୟ ଆଜି ପୂର୍ବାହ୍ନ ୧୦. ୩୦ରେ କୌଣସି କାର୍ଯ୍ୟରେ ଏକ ବାଇକ୍ (ଓଡି ୨୪ ୯୫୨୯)ରେ ଯାଉ ଥିବା ବେଳେ ବିପରୀତ ଦିଗରୁ ମଇଦଲପୁର ଥାନା ଅନ୍ତର୍ଗତ ମେରି ଗାଁ ର ଦେବେନ୍ଦ୍ର ନାୟକ ତାଙ୍କ ଗ୍ରାମରୁ ଏକ ବାଇକ (ଓଡ଼ି ୨୪ ଏମ ୩୫୩୯)ଯୋଗେ ଡାବୁଗାଁ ବ୍ଳକ ପାଖରେ ଥିବା ଖୁଟୁବାଇ ତାଙ୍କ ଶ୍ଵଶୁର ଘର ଗ୍ରାମ ଅଭିମୁଖେ ଆସୁଥିଲେ।
ମାନିଗାଁ ନିକଟ ଏଏନ୍ଏମ୍ ସେଣ୍ଟର ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଉଭୟେ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଦୁଇ ବାଇକ୍ ଚାଳକଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବା ବେଳେ ଘଟଣାସ୍ଥଳରେ ଶମ୍ଭୁ ରାୟଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଦେବେନ୍ଦ୍ର ନାୟକଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଦେବେନ୍ଦ୍ର ନାୟକଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା।
ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇଟି ବାଇକ୍ ଜବତ କରିଥିଲେ। ଅପରାହ୍ନରେ ମୃତ ପରିବାର ଲୋକେ ଡାବୁଗାଁ ଥାନାରେ ପୃଥକ୍ ପୃଥକ୍ ଦୁଇଟି ଏତଲା ଦେବାକୁ ପରେ ପୁଲିସ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପରେ ଶବ ବ୍ୟବଚ୍ଛେଦ କରି ଉଭୟ ପରିବାରଙ୍କୁ ହସ୍ତାନ୍ତର କରିଥିଲେ। ପୁଲିସ କେଶ ନମ୍ବର ୯୫/୨୫ରେ ମାମଲା ରୁଜୁ ହୋଇଥିବା ବେଳେ ଏସ ଆଇ ବି କେ ସାହୁ ଘଟଣାର ତଦନ୍ତ କରୁଛନ୍ତି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/11/dHOE7ceGCnO1j6b7MKqG.jpg)