ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟ ଓଡ଼ିଶା ଢ଼ାବା ସମ୍ମୁଖରେ ବସ୍ତାରୁ ଭୁବନେଶ୍ୱର ଅଭିମୁଖେ ରୋଗୀ ନେଇ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ସହିତ ଏକ ପିକ୍‌ଅପ୍‌ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସରେ ରୋଗୀ ନେଇ ଯାଉଥିବା ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ ଆଜି ଅପରାହ୍ଣରେ ବସ୍ତା ଅଞ୍ଚଳର ନଳବାଗ ଗ୍ରାମର ଶଶିକାନ୍ତ ଜେନାଙ୍କୁ  ଓଡ଼ି ୦୨ବିଏଚ୍‌ ୮୭୪୩ନମ୍ବର ବିଶିଷ୍ଟ ୧୦୮ ଆମ୍ବୁଲାନ୍ସରେ ତାଙ୍କ ସ୍ତ୍ରୀ ରଶ୍ମିତା ବିଶ୍ୱାଳ (୩୪) ଓ ଲିଜାମଣି ଜେନା (୩୧) ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଏହି ସମୟରେ ସୋର ଥାନା କଲେଜ ଛକ ନିକଟ ଓଡିଶା ଢ଼ାବା ନିକଟରେ ବ୍ରିଜ ଗୋପାଳ ପକ୍ଷରୁ କରାଯାଇଥିବା ହମସରେ ହଠାତ ଆମ୍ବୁଲାନ୍ସଟି ବ୍ରେକ ମାରିବାରୁ ପଛରୁ  ଓଡ଼ି ୨୨ଏକ୍ସ ୯୨୦୮ ବିଶିଷ୍ଟ ଏକ ପିକଅପ ଧକା ଦେଇଥିଲା। ଫଳରେ ଆମ୍ବୁଲାନ୍ସ ରେ ଥିବା ରଶ୍ମିତା ଓ ଲିଜାମଣି ଗୁରୁତର ଭାବେ ଆହତ ହୋଇଥିଲେ।

୧୦୮ ଆମ୍ବୁଲାନ୍ସ ସହିତ ଏକ ପିକ୍‌ଅପ୍‌ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସରେ ରୋଗୀ ନେଇ ଯାଉଥିବା ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

 

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବାଲେଶ୍ୱର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବ୍ରିଜ ଗୋପାଳ ଠିକା କମ୍ପାନୀର ଏପରି ବେପରୁଆ କାମ ପାଇଁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ସାଧାରଣରେ ଅଭିଯୋଗ ହୋଇଛି।