ରିଆମାଳ: ଦେବଗଡ଼ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନାଞ୍ଚଳର ଗରିଆପାଲି ଓ ଖଇରପାଲି ଫାଣ୍ଡି ଅନ୍ତର୍ଗତ ଅହଲ୍ୟା ଛକ ଠାରେ ଥିବା ମେଗା ୱାଟର ଲିଫ୍ଟ କମ୍ପାନି ଭୋଲ୍ଟସର ଅନୁବନ୍ଧିତ କମ୍ପାନୀ ମ୍ୟାପ ପ୍ରୋଜେକ୍ଟ ଓ ଇଞ୍ଜିନିଅରିଙ୍ଗ ସର୍ଭିସ ଲିମିଟେଡ଼ ର ଷ୍ଟକ ୟାର୍ଡ଼ରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ମାମାଲାରେ ଆଉ ଦୁଇ ଜଣ ଗିରଫ। ସେମାନେ ହେଲେ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ଗୋବ୍ରା ଗ୍ରାମର ଗୁରୁ ଗୋବିନ୍ଦ ପ୍ରଧାନ(୩୧) ଓ କରଡ଼ାପାଲି ଗ୍ରାମର ନରେଶ ନାଏକ (୩୭)। ରିଆମାଳ ଜେ.ଏମ୍.ଏଫ୍.ସି. କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ଖାରଜ ହେବାରୁ କୋର୍ଟ ଚାଲାଣ କରାଯାଇ ଥିବା ଜଣାପଡ଼ିଛି।
ପୂର୍ବରୁ ଏହି ମାମାଲାରେ ୧୨ ଜଣ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଏହି ଦୁଇ ଜଣ ଫେରାର ଥିଲେ। ଗରିଆପାଲି ଓ ଖଇରପାଲି ଫାଣ୍ଡି ଅନ୍ତର୍ଗତ ଅହଲ୍ୟା ଛକ ଠାରେ ଥିବା ମେଗା ୱାଟର ଲିଫ୍ଟ କମ୍ପାନିରୁ ଗତ ଅଗଷ୍ଟ ୨୩ ତାରିଖ ବିଳମ୍ବିତ ରାତିରେ ଜେନ ସେଟ, ଟ୍ରାନ୍ସଫର୍ମର, କପର ୱାୟାର, ମୋବାଇଲ ସମେତ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ନେଇ ମେନେଞ୍ଜର ଦେବଜ୍ୟୋତି ଧର ଲିଖିତ ଅଭିଯୋଗ କରିଥିଲେ।
ଏସଡିପିଓ ସୌମ୍ୟ ରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କାବୁ କରିଥିଲେ।ଗତ ସେପ୍ଟେମ୍ବର ୭ ତାରିଖ ଦିନ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗର ୧୨ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିଲା। ମାତ୍ର ବହୁ ଜଣ ଫେରାର ଥିବା ବେଳେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି।ଅନ୍ୟ ମାନଙ୍କୁ ପୁଲିସ ଖୋଜୁଥିବା ଜଣା ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/01/25/JWYwXz8sAaLmg9k6jf09.jpg)