ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟୁଣୀପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଆଟାଲଗୁଡା ଗ୍ରାମର ଦୁଇ ଜଣ ମହିଳା ଝାଡାବାନ୍ତିରେ ମୃତ୍ୟୁ ନେଇ ଅଭିଯୋଗ ହୋଇଛି। ଏହି ଦୁଇ ମହିଳାଙ୍କୁ ମାଥିଲି ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସୁନାଦେଇ କଟିଆଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ମହିଳା କମଳା ନାୟକ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ରାତିରେ ମୃତୁ ହୋଇଯାଇଛି।

Advertisment

ଗୁରୁବାର ଦିନ ସେହି ଅଟାଲଗୁଡା ଗ୍ରାମର ଶ୍ୟାମ କଟିଆ(୭୦) ଓ  ଦୁରାଗୁଡା ଗ୍ରାମର ତୁଳସୀ ଭୂମିଆ(୫୫) ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି। ତେବେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ରୋଗରା ଆକ୍ରାନ୍ତ ହୋଇ ଲୋକେ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ରୋଗୀଙ୍କ ସଂଖ୍ୟା ବହୁତ ବଢ଼ିଯାଇଥିବାରୁ ଶଯ୍ୟାର ଅଭାବ ଦେଖାଦେଇଛି। ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିଲେ ମଧ୍ୟ ଶଯ୍ୟା ସଂଖ୍ୟା ତିରିଶି  କାରଣରୁ ବହୁ ରୋଗୀଙ୍କୁ ତଳେ ଶୁଆଇ ସାଲାଇନ ଦିଆଯାଉଥିବା ଦେଖିବାକୁ ମିଳିଛି।

ଗୁରୁବାର ଦିନ ସେହି ଅଟାଲଗୁଡା ଗ୍ରାମର ଶ୍ୟାମ କଟିଆ(୭୦) ଓ  ଦୁରାଗୁଡା ଗ୍ରାମର ତୁଳସୀ ଭୂମିଆ(୫୫) ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି।

ତେବେ ଏହି ସମୟରେ ନବରଂଗପୁର ସାଂସଦ ବଳଭଦ୍ର ମାଝୀ ମାଥିଲି ଉପଖଣ୍ଡ ମେଡିକାଲରେ ତଦାରଖ ପାଇଁ ପଶିଥିଲେ। ସେଠାରେ ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟ ସାଂସଦ ଶ୍ରୀ ମାଝୀଙ୍କୁ ମେଡିକାଲରେ ହେଉଥିବା ଅବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ। ଠିକ ରୂପେ ଚିକିତ୍ସା କରାଯାଉନଥିବା ବେଳେ ଔଷଧ ମିଳୁନଥିବା ଅଭିଯୋଗ କରିଥିଲେ। ସାଂସଦ ଶ୍ରୀ ମାଝୀ ସରକାରଙ୍କ ତରଫରୁ ପ୍ରଯ୍ୟାପ୍ତ ପରିମାଣରେ ଔଷଧ ଦିଆଯାଉଥିବା କହିବା ସହ ବିରକ୍ତ ପ୍ରକାଶ କରିଥିରେ। ଲୋକଙ୍କୁ ତୁରନ୍ତ ସେବା ଯୋଗାଇ ଦେବାକୁ ଡାକ୍ତରମାନଙ୍କୁ ସେ ନିର୍ଦେଶ ଦେଇଥିଲେ।