ନବରଙ୍ଗପୁର: ଚନ୍ଦାହାଣ୍ଡିରୁ ଗଂଜାମ ଜିଲ୍ଲାର ବ୍ରହ୍ମପୁରକୁ ଯାଉଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)ର ଏକ ଭଲଭୋ ବସ୍‌ର ଟାୟାର ବିସ୍ଫୋରଣ ହୋଇଛି। ସ‌ୌଭାଗ୍ୟବଶତଃ ଏହି ଅଘଟଣ ଯୋଗୁଁ କୌଣସି ଯାତ୍ରୀଙ୍କୁ କ୍ଷତି ପହଞ୍ଚାଇ ନାହିଁ। 

Advertisment

ବସ୍‌ (ଓଡି-୦୨-ସିକ୍ବୁ-୩୩୪୬)ଟି ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ ଗଂଜାମ ଜିଲ୍ଲାର ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଗଂଜାମ ଜିଲ୍ଲାର ତପ୍ତପାଣି ଘାଟି ପହଞ୍ଚିବା ପୂର୍ବରୁ ବସ୍‌ର ପଛପଟର ଏକ ଟାୟାର ଫାଟି ଯାଇଥିଲା। ତେବେ ଡ୍ରାଇଭର ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ବସଟିକୁ ରାସ୍ତାପାର୍ଶ୍ବକୁ ଆଣି ରଖିଥିଲେ। ତା ପରେ ଟାୟର ପରିବର୍ତ୍ତନ କରି ଗନ୍ତବ୍ୟସ୍ଥଳ ବ୍ରହ୍ମପୁର ଅଭିମୁଖେ ବସ ଯାଇଥିଲା।

 

ବେଳ ଭଲ ଥିବାରୁ ବସ୍‌ର ୫୨ଜଣ ଯାତ୍ରୀ, ୨ଜଣ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଜୀବନ ବଂଚିଯାଇଛି। ଏପରିକି ବସରୁ ଯାତ୍ରୀମାନେ ଓହ୍ଲାଇ ସମସ୍ତ ଚକର ଟାୟର ଯାଂଚ କରିଥିଲେ। ସବୁ ଟାୟରରୁ ଲୁହା ତାର ବାହାରକୁ ବାହାରି ପଡ଼ିଥିବା ଦେଖିଥିବା କହିଛନ୍ତି ଯାତ୍ରୀ ଶିଶୁରଂଜନ ପଣ୍ଡା, ଗୀତାଂଜଳୀ ପ୍ରଧାନ, ରଂଜିତା ସାହୁ। ଟାୟାର ଭଲ ନଥିବାରୁ ଗତକାଲି ଚନ୍ଦାହାଣ୍ଡିରୁ ବାହାରି ଧୀ‌େ ସୁସ୍ଥେ ନବରଙ୍ଗପୁରରେ ବସ ପହଚିଂଥିଲା।ଭେଲୋଭ ବସଟି ନବରଙ୍ଗପୁରକୁ ୪୫ମିନିଟ ଓ ଜୟପୁରକୁ ଘଣ୍ଟାଏ ବିଳମ୍ବରେ ପହଚିଂଥିବା ଯାତ୍ରୀମାନେ କହିଛନ୍ତି। 

ତେବେ ଯାତ୍ରୀମାନେ ଟାୟାର ଯାଂଚ ନ କରି ବସରେ ବସିଥିଲେ। ସଂଧ୍ୟା ୮ଟା ୧୫ରେ ନବରଙ୍ଗପୁରରୁ ବାହାରୁଥିବା ବସଟି ୯ଟା ଏବଂ ଜୟପୁରରେ ୧୦ଟା ୧୫ରେ ଛାଡିବା ବସ ୧୧ଟା ବେଳେ ଛାଡିଥିଲା। ଟାୟର ଭଲ ନଥିବାରୁ ଯାତ୍ରୀ ମାନେ ସରକାରୀ ବସରେ ଯାତ୍ରା କରିବେ ନା ନାହିଁ ଚିନ୍ତାରେ ପଡ଼ିଛନ୍ତି। ଗତ କିଛି ଦିନ ହେବ ବାରମ୍ବାର ବସର ଚାଳକ ଓ କଣ୍ଡକ୍ଟର ଆଦି ବିଭାଗୀୟ ପରିଚାଳନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି ଟାୟର ନ ବଦଳାଇବା ପଛରେ କଣ ରହସ୍ୟ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। କିଛି ଅଘଟଣ ହୋଇଥିଲେ ବିଶ୍ବାସରେ କିଏ ଏହି ବସରେ ଯାତ୍ରା କରିଥାନ୍ତେ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏପରି ଅବହେଳା ପାଇଁ କିଏ ଦାୟୀ ବୋଲି ଯାତ୍ରୀ ମାନେ ପ୍ରଶ୍ନ କରିଛନ୍ତି। 

Nabarangpur