ଦୁବାଇ: ଏସିଆ କପ୍‌-୨୦୨୫ ର ପ୍ରମୁଖ ଟ୍ରଫି ଦାବିଦାର ଭାରତ ବୁଧବାରଠାରୁ ଅଭିଯାନ ଆରମ୍ଭ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତ ଏହି ଅଭିଯାନରେ ୟୁନାଇଟେଡ୍‌ ଆରବ୍‌ ଇମିରେଟ୍‌ସକୁ ଭେଟିଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଭାରତ ପାଇଁ ସଠିକ୍‌ ସାବ୍ୟସ୍ତ ହୋଇଛି। ୟୁଏଇ ଟିମ୍‌ ୧୩.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୫୭ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍‌ ବିଜୟ ହାସଲ କରିବା ପାଇଁ ୫୮ ରନ୍‌ର ଲକ୍ଷ୍ୟ ମିଳିଛି। କୁଲଦୀପ ଯାଦବଙ୍କୁ ସର୍ବାଧିକ ୪ଟି ୱିକେଟ୍‌ ମିଳିଛି। 

Advertisment

ଭାରତୀୟ ବୋଲରମାନେ ଏସିଆ କପ୍‌-୨୦୨୫ରେ ଚମକପ୍ରଦ ବୋଲିଂ କରିଛନ୍ତି। ଦୁବାଇରେ ଆକ୍ରମଣାତ୍ମକ ବୋଲିଂ କରି ୟୁଏଇକୁ ମାତ୍ର ୫୭ ରନ୍‌ରେ ଅଟକାଇ ଦେଇଛନ୍ତି।


ଭାରତୀୟ ବୋଲରମାନେ ୟୁଏଇ ବିପକ୍ଷରେ ଶକ୍ତିଶାଳୀ ବୋଲିଂ କରିଛନ୍ତି। ଫଳରେ ୟୁଏଇର ବ୍ୟାଟରମାନେ ଭଲ ରନ୍‌ ସ୍କୋର କରିପାରି ନାହାନ୍ତି। ୟୁଏଇ ପାଇଁ ବ୍ୟକ୍ତିଗତ ଭାବେ ଉଭୟ ପ୍ରାରମ୍ଭିକ ବ୍ୟାଟର ୪୧ ରନ୍‌ ସଂଗ୍ରହ କରିପାରିଥିଲେ। ଆଲିଶାନ ଶରାଫୁ ୧୭ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୨୨ ରନ୍‌ କରିଥିଲେ। ସେହିପରି ଅଧିନାୟକ ମହମ୍ମଦ ୱାସିମ ୨୨ଟି ବଲ୍‌ ଖେଳି ୩ଟି ଚୌକା ବଳରେ ୧୯ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। 

ଭାରତ ପାଇଁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ୍‌ ଅକ୍ତିଆର କରିଛନ୍ତି। ସେ ୨.୧ ଓଭର ବୋଲିଂ କରିଥିଲେ। ୩.୨୦ ହାରରେ ମୋଟ୍‌ ୭ ରନ୍‌ ଖର୍ଚ୍ଚ କରିଥିଲେ। ଯୁବ ବୋଲର ଶିଭମ ଦୁବେ ୨ ଓଭର ବୋଲିଂ କରି ମାତ୍ର ୩ ରନ୍‌ ଖର୍ଚ୍ଚ କରିଥିଲେ। କିନ୍ତୁ ସେ ୟୁଏଇର ୩ ଜଣ ଖେଳାଳିଙ୍କୁ ଆଟଉ୍‌ କରିଥିଲେ। ଭାରତୀୟ ଦ୍ରୁତବୋଲର ଜସପ୍ରୀତ ବୁମରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। 

Asia Cup-2025 | Cricket