ରାଉରକେଲା: ବେଙ୍ଗାଲୁରୁରେ ଅନୁଷ୍ଠିତ ‘ଜାତୀୟ ୨୪ ଘଣ୍ଟିଆ ଷ୍ଟାଡିୟମ ଦୌଡ଼’କୁ ସଫଳତାର ସହ ଶେଷ କରିଛନ୍ତି ରାଉରକେଲାର ତାରକା ଅଲ୍ଟ୍ରାରନର୍ ସୁମିତ ସିଂହ। ସୁମିତ ୨୪ ଘଣ୍ଟାରେ ୧୩୭ କିଲୋମିଟର ଅତିକ୍ରମ କରିଥିଲେ। ଏହାସହ ସେ ପ୍ରତିଯୋଗିତାରେ ୧୪ତମ ସ୍ଥାନ ହାସଲ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ପ୍ରତିଯୋଗିତା ଏନ୍ଇବି ସ୍ପୋର୍ଟ୍ସ ପକ୍ଷରୁ କାନ୍ତିରାବା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଏହି ଦୌଡ଼ ଗତ ୩୦ ତାରିଖ ସକାଳ ୭ଟାରୁ ଆରମ୍ଭହୋଇ ୩୧ ତାରିଖ ସକାଳ ୭ଟା ଯାଏ ଚାଲିଥିଲା।
ଏନେଇ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ସୁମିତ କହିଛନ୍ତି, ଦୌଡ଼ ଆରମ୍ଭ ହେବାର କିଛି ସମୟପରେ ଖରାର ପ୍ରକୋପ ଆରମ୍ଭ ହୋଇଯାଇଥିଲା, ତେବେ ମଧ୍ୟାହ୍ନରେ ଏହା ଅସହ୍ୟ ହୋଇଯାଇଥିଲା। ପ୍ରବଳ ରୌଦ୍ରତାପ ଯୋଗୁଁ ବହୁ ତାରକା କ୍ରୀଡ଼ାବିତ୍ ଅଧାରୁ ଓହରିଯାଇଥିଲେ। ତେବେ ଦୃଢତାର ସହ ଏହି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନକରି ଆଗକୁ ବଢ଼ିଚାଲିଥିଲି ଏବଂ ଶେଷରେ ଏହାର ପରିଣାମ ମିଳିଲାବୋଲି କହିଛନ୍ତି।
Rourkela | sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/05/JD5vCMzBFwWYmPs8Jjfo.jpg)