ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରଉପାଧ୍ୟକ୍ଷ ସୁଧାଂଶୁ ମୋହନ ଦାଶଙ୍କୁ ରାଜ୍ୟ ବିଜୁ ଜନତା ଦଳ(ବିଜେଡି) ଦଳରୁ ନିଲମ୍ବିତ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁଧାଂଶୁଙ୍କୁ ଦଳର ଉପସଭାପତି ପ୍ରତାପ ଜେନା ସଭାପତିଙ୍କ ନିର୍ଦ୍ଦେଶରେ ନିଲମ୍ବିତ କରିଥିବା ଚିଠି କରିଛନ୍ତି।
ଗତ କିଛି ଦିନ ହେବ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରପାଳିକାର ଅଧ୍ୟକ୍ଷା ରାଧା ଭତରାଙ୍କ ବିରୋଧରେ ଉପାଧ୍ୟକ୍ଷଙ୍କ ସହ ସମସ୍ତ ୧୪ଜଣ କାଉନସିଲର ଅନସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଉମରକୋଟ ପୌରପାଳିକାରେ ବ୍ୟାପକ ଭାବେ ଦୁର୍ନିତୀ ହୋଇଥିବା ଉଲ୍ଲେଖ କରିଥିଲେ। ଏହି ଦୁର୍ନିତୀରେ ଅଧ୍ୟକ୍ଷା ସାମିଲ ବୋଲି ଲେଖିବା ସହ ପୌରପାଳିକାର ମାସିକ ବୈଠକ କରୁନଥିବା ବି ଅଭିଯୋଗ କରିଥିଲେ।
ଏହାକୁ ନେଇ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଆସନ୍ତା ୧୦ତାରିଖ ଦିନ ଅନସ୍ଥା ପ୍ରସ୍ତାବ ବୈଠକ କରିବାକୁ ସବୁ କାଉନସିଲରଙ୍କୁ ଚିଠି କରିଛନ୍ତି। ଉପଜିଲ୍ଲାପାଳ ଉପସ୍ଥିତ ରହି ଏହି ବୈଠକ କରିବେ ବୋଲି ଚିଠି କରିଛନ୍ତି। ଏହି ବୈଠକ କରାଯିବା ପୂର୍ବରୁ ପୌର ଉପାଧ୍ୟକ୍ଷଙ୍କୁ ଦଳରୁ ବିଜେଡି ନିଲମ୍ବିତ କରିବା ପଛରେ ଆଉ କିଛି ରହସ୍ୟ ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି। ଅନସ୍ଥାରେ ଯଦି ଅଧ୍ୟକ୍ଷ ହାରିଗଲେ ମଧ୍ୟ ଦଳରୁ ନିଲମ୍ବିତ ହୋଇଥିବା ଉପାଧ୍ୟକ୍ଷ ଦାୟିତ୍ବ ନେଇ ପାରିବେ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତ ଦେଇଛନ୍ତି। ତେବେ ଦଳ ଏଭଳି ଅଚାନକ ପଦକ୍ଷେପ ନେବା ପଛରେ କିଛି ରାଜନିତୀ ରହିଛି କି ବୋଲି ଚର୍ଚ୍ଚା ଜୋର ଧରିଛି।
Nabarangpur