ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଜଡ଼ାମୁଣ୍ଡା ଗାଁରେ ଭଲ ଚାଷ ପାଇଁ ଗୁଣି ଗାରେଡ଼ି କରି ବଡ଼ବାପା ନିଜ ପୁତୁରାକୁ ଚାଷଜମିରେ ପୂଜାପାଠ କରି ବଳି ଦେଇଥିଲା । ଏହି ମାମଲାରେ ନୂଆପଡ଼ ଅତିରିକ୍ତ ଦୌରାଜଜ୍ ସୁନୀଲ କୁମାର ଦାସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ  ଅଭିଯୁକ୍ତ ଚିନ୍ତାମଣି ମାଝୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

Advertisment

୨୦୧୯ ଅଗଷ୍ଟ ୮ରେ କୋମନା ଥାନା ଜଡ଼ାମୁଣ୍ଡା ଗାଁର ଚିନ୍ତାମଣି ନିଜ ନାବାଳକ ପୁତୁରା ଧନସିଂ ମାଝୀଙ୍କୁ ଗଛ କାଟିବା ପାଇଁ ଚାଷଜମିକୁ ଡାକି ଥିଲେ । ପୂର୍ବରୁ ସେଠି ଗୁଣି ଗାରେଡ଼ି କରି ଭଲ ଚାଷ ଅମଳ ପାଇଁ ପୂଜାପାଠ କରିଥିଲେ । ଧନସିଂ ଗଛ କାଟିବା ସମୟରେ ଚିନ୍ତାମଣି ପଛପଟୁ ଏକ ଧାରୁଆ କାତିରେ ଆକ୍ରମଣ କରିଥିଲେ। ସେଠି ଘଟଣା ସ୍ଥଳରେ ଧନସିଂଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ମୃତ୍ୟୁ ହୋଇଥିଲା । ଏନେଇ କୋମନା ଥାନା ପୁଲିସ କେଶ ନଂ ୧୩୮/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚିନ୍ତାମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏନେଇ ଅତିରିକ୍ତ ଦୌରାଜଜ୍ ଙ୍କ କୋର୍ଟରେ ଏସଟି କେଶ ନଂ ୩୬/୧୧, ୨୦୧୯/୨୦୨୩ରେ ମାମଲା ରୁଜୁ କରି ବିଚାରାଧୀନ ଥିଲା ।

 ଆଜି ନୂଆପଡ଼ା ଅତିରିକ୍ତ ଦୌରାଜଜ୍ ଶ୍ରୀ ଦାସ ହତ୍ୟା ଘଟଣାର ଶୁଣାଣି କରିଥିଲେ। ଏହି ହତ୍ୟା ଘଟଣାରେ ଅତିରିକ୍ତ ଦୌରାଜଜ୍ ଶ୍ରୀ ଦାସ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବଡ଼ବାପା ଚିନ୍ତାମଣିଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି କାର୍ତ୍ତିକେଶ୍ବର ମହାରଣା ମାମଲାର ପରିଚାଳନା କରିଥିଲେ।

crime