ସୋନପୁର/ଖାରି: ସୁବର୍ଣ୍ଣପୁରଜିଲ୍ଲା ତରଭା ଥାନା ପାଣିମୋରା ଗାଁରେ ଜମିବାଡ଼ିକୁ କେନ୍ଦ୍ରକରି ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ନବୀନ ମଲ୍ଲିକl ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ନବୀନ ନିଜେ ଚାଷ କରିଥିବା ଡ଼ାଳୁଅ ଧାନ କିଆରିରେ ପାଣି ମଡ଼ାଉଥିଲେl ଏହି ସମୟରେ ନବୀନଙ୍କ ପୁତୁରା ମଣ୍ଟୁ ଜମିକୁ ଆସୁଥିଲେl ସେଠାରେ ପାଣି ମଡାଇବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ କୋଡ଼ିରେ ନବୀନଙ୍କୁ ମଣ୍ଟୁ ଆକ୍ରମଣ କରିଥିଲାl
ଅଭିଯୋଗ ଆକାରରେ ନବୀନ ନିଜେ ଚାଷ କରିଥିବା ଡ଼ାଳୁଅ ଧାନ କିଆରିରେ ପାଣି ମଡ଼ାଉଥିଲେl ଏହି ସମୟରେ ନବୀନଙ୍କ ପୁତୁରା ମଣ୍ଟୁ ଜମିକୁ ଆସୁଥିଲେl ସେଠାରେ ପାଣି ମଡାଇବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ କୋଡ଼ିରେ ନବୀନଙ୍କୁ ମଣ୍ଟୁ ଆକ୍ରମଣ କରିଥିଲାl ଘଟଣାସ୍ଥଳରୁ ନବୀନଙ୍କୁ ପରିବାର ଲୋକେ ଉଦ୍ଧାର କରି ତରଭା ଡାକ୍ତରଖାନାକୁ ଆଣିଥିଲେl ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl ପୁତୁରା ମଣ୍ଟୁକୁ ଅଟକ ରଖି ତରଭା ପୁଲିସ ଅଧିକ ତଦନ୍ତ କରୁଛିl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/15/Tn8EQ0xcz1Rps8wZnMnz.jpg)