ଜଳେଶ୍ୱର: ବାଲେଶ୍ଵରଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ଗଡ଼ସାହି ବାଲିଆପାଳ ଅଞ୍ଚଳର ଜଣେ ନବବିବାହିତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ନବବିବାହିତାଙ୍କ ପଡ଼ିଶା ଓ ସମ୍ପର୍କରେ କକା ବୋଲି ଜଣା ପଡ଼ିଛି।
ନବବିବାହିତାଙ୍କ ୬ ମାସ ତଳେ ବିବାହ ହୋଇଥିବା ବେଳେ ତାଙ୍କ ଆଧାର କାର୍ଡରେ କିଛି ତ୍ରୁଟି ଥିବାରୁ ଦୁଷ୍କର୍ମ ଅଭିଯୁକ୍ତ ଜଣକ ଏହା ଠିକ୍ କରିଦେବେ କହିଥିଲେ। ଗତକାଲି ନବବିବାହିତା ଓ ତାଙ୍କ ସ୍ବାମୀଙ୍କୁ ଏକ ବାଇକରେ ପାଖ ସିଙ୍ଗଲା ବଜାରକୁ ନେଇ ଯାଇଥିଲେ। ତେବେ ସେଠାରେ ମହିଳାଙ୍କୁ ବସ କହି ତାଙ୍କ ସ୍ବାମୀଙ୍କୁ ତାଙ୍କ ସହ ନେଇଯିବା ପରେ ମଦ ପିଆଇ ଦେଇଥିଲେ। ଫଳରେ ମହିଳାଙ୍କ ସ୍ବାମୀ ନିଶାସକ୍ତ ହୋଇ ପଡ଼ିଥିଲେ। ଏହାପରେ ଅଭିଯୁକ୍ତଜଣକ ଉଭୟଙ୍କୁ ଧରି ଗାଁକୁ ଫେରିବା ରାସ୍ତାରେ ଏକ ନିଛାଟିଆ ପଦା ଭିତରକୁ ନବବିବାହିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ।
ପ୍ରକାଶଯୋଗ୍ୟ ଯେ ନବବିବାହିତାଙ୍କ ୬ ମାସ ତଳେ ବିବାହ ହୋଇଥିବା ବେଳେ ତାଙ୍କ ଆଧାର କାର୍ଡରେ କିଛି ତ୍ରୁଟି ଥିବାରୁ ଦୁଷ୍କର୍ମ ଅଭିଯୁକ୍ତ ଜଣକ ଏହା ଠିକ୍ କରିଦେବେ କହିଥିଲେ। ଗତକାଲି ନବବିବାହିତା ଓ ତାଙ୍କ ସ୍ବାମୀଙ୍କୁ ଏକ ବାଇକରେ ପାଖ ସିଙ୍ଗଲା ବଜାରକୁ ନେଇ ଯାଇଥିଲେ। ତେବେ ସେଠାରେ ମହିଳାଙ୍କୁ ବସ କହି ତାଙ୍କ ସ୍ବାମୀଙ୍କୁ ତାଙ୍କ ସହ ନେଇଯିବା ପରେ ମଦ ପିଆଇ ଦେଇଥିଲେ। ଫଳରେ ମହିଳାଙ୍କ ସ୍ବାମୀ ନିଶାସକ୍ତ ହୋଇ ପଡ଼ିଥିଲେ।
ଏହାପରେ ଅଭିଯୁକ୍ତ ଜଣକ ଉଭୟଙ୍କୁ ଧରି ଗାଁକୁ ଫେରିବା ରାସ୍ତାରେ ଏକ ନିଛାଟିଆ ପଦା ଭିତରକୁ ନବବିବାହିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପରେ ଉଭୟଙ୍କୁ ଗାଁରେ ଛାଡ଼ି ଦେଇଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ସିଙ୍ଗଲା ଓ ପରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଉଛି। ଜଳେଶ୍ୱର ଏସଡିପିଓ ଦିଲ୍ଲୀପ କୁମାର ସାହୁ ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/16/SWSgk56sG9Y3jS5T0cuc.jpg)