ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୫-୨୬ ପାଇଁ ଆଜି ସଂସଦରେ ବଜେଟ୍ ଉପସ୍ଥାପିତ ହୋଇଛି। କେନ୍ଦ୍ରର ବଜେଟ୍ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ କହିଛନ୍ତି, ‘ବର୍ତ୍ତମାନ ଦେଶର ଯୁବଗୋଷ୍ଠୀ ଚାକିରି ପାଉନାହାଁନ୍ତି। ବେକାରୀ ସମସ୍ୟା ବଢିବାରେ ଲାଗିଛି। ଆଉ ଦରଦାମ ନିୟନ୍ତ୍ରଣ ବାହାରେ ରହିଛି। ସଧାରଣ ଲୋକ ଦରଦାମକୁ ନେଇ ହସ୍ତସନ୍ତ ହେଉଛନ୍ତି। କିନ୍ତୁ ଚଳିତ ବଜେଟ୍ରେ ଏହି ଦୁଇଟି ବଡ଼ ଚ୍ୟାଲେଞ୍ଜକୁ ଦୃଷ୍ଟି ଦିଆଯାଇ ନାହିଁ।
ସେହିପରି ଚଳିତ ବଜେଟ୍ରେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ପୁଣି ଅଣଦେଖା କରିଛନ୍ତି ବୋଲି ବିରୋଧୀ ଦଳ ନେତା ଅଭିଯୋଗ ଆଣିଛନ୍ତି। ଅନ୍ୟ ରାଜ୍ୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ଓଡ଼ିଶାକୁ ଗୁରୁତ୍ବ ଦିଆଯାଉ ନାହିଁ। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବାରମ୍ବାର ଦାବି କରାଯାଇ ଆସୁଛି, କିନ୍ତୁ ଓଡ଼ିଶାକୁ କେନ୍ଦ୍ର ବାରମ୍ବାର ଅବହେଳା କରୁଛି।
ପ୍ରତିବର୍ଷ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାର ଯଥାର୍ଥ ଦାବି ହେଉଛି ସ୍ୱତନ୍ତ୍ର ବର୍ଗର ରାଜ୍ୟ ମାନ୍ୟତା ମିଳିବା। ହେଲେ କେନ୍ଦ୍ର ସରକାର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ବଳେ ପୁଣିଥରେ ଓଡିଶାର ପ୍ରକୃତ ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି ବୋଲି ନବୀନ କହିଛନ୍ତି।
କେନ୍ଦ୍ର ସରକାରଙ୍କ ୨୦୨୫-୨୬ ବଜେଟକୁ ବିକଶିତ ଭାରତ ପାଇଁ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଏହି ବଜେଟରେ ମହିଳା ଉଦ୍ଯୋଗୀଙ୍କୁ ପାଇଁ ନୂତନ ସୁଯୋଗ ସହ ଆତ୍ମନିର୍ଭର କରିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ହୋଇଛି। ମୋଟ ୫ ଲକ୍ଷ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ମହିଳା ଉଦ୍ଯୋଗୀଙ୍କୁ ଆଗାମୀ ୫ ବର୍ଷରେ ୨ କୋଟି ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। କୃଷି ଏବଂ କୃଷକଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ଆରମ୍ଭ ହେବ 'ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା'। ଦେଶର ମୋଟ ୧୦୦ଟି ଖାଇବା ତେଲରେ ଭାରତକୁ ଆତ୍ମନିର୍ଭର କରିବା ନିମନ୍ତେ ଆରମ୍ଭ ହେବ ୬ ବର୍ଷିଆ ସ୍ଵତନ୍ତ୍ର ଯୋଜନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/01/Aj7EAAX46tbkQOe7iF9A.jpg)