ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୁର୍ଗାପାଲିସ୍ଥିତ ରେଳବାଇ ଓଭର ବ୍ରିଜ୍‌ର ଉଦ୍‌ଘାଟନ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଏହି ସୂଚନା ଦେଇଛନ୍ତି। 

Advertisment

କେନ୍ଦ୍ରମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି, ସମ୍ବଲପୁର ଦୁର୍ଗାପାଲି ସ୍ଥିତ ରେଲଓ୍ୱେ ଓଭର ବ୍ରିଜର ଉଦଘାଟନ କରିଛି। ସମ୍ବଲପୁର ସହରକୁ ଅଧିକ ସୁନ୍ଦର ଓ ଆଧୁନିକ କରିବା ପାଇଁ ଏହା ଏକ ଭଲ ପଦକ୍ଷେପ। ଏହି ବ୍ରିଜ୍ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ହ୍ରାସ ହେବା ସହ ଜନସାଧାରଣଙ୍କ ଯାତାୟତ ସୁରକ୍ଷିତ ହେବ। ଆଜିର ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଉଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଦୁର୍ଗାପାଲି ସ୍ଥିତ ରେଲୱେ ଓଭର ବ୍ରିଜର ଉଦ୍‌ଦଘାଟନ କରିଛନ୍ତି। ‘ଶ୍ରୀକୃଷ୍ଣ ଗୌଶାଲା’ର ଅତ୍ୟାଧୁନିକ ନବ ପ୍ରକଳ୍ପ ନିର୍ମାଣ ପାଇଁ ଭୂମିପୂଜନ କରିଛନ୍ତି।

publive-image

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାରରେ ସମ୍ବଲପୁର ସହରକୁ ଏକ ଶ୍ରୀମନ୍ତ ସହରରେ ବିକଶିତ କରାଯିବ। ରାସ୍ତାଘାଟ ଠାରୁ ଆରମ୍ଭ କରି ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଅଣାଯିବ। ସେହିପରି ଯୋଗାଯୋଗ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ସମ୍ବଲପୁର ସହରକୁ ଏକ ବୃହତ ମହାନଗର ନିଗମରେ ପରିଣତ କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ।

ଶ୍ରୀ ପ୍ରଧାନ ସମ୍ବଲପୁର ପୋତାପାଲିସ୍ଥିତ ‘ଶ୍ରୀକୃଷ୍ଣ ଗୌଶାଲା’ର ଅତ୍ୟାଧୁନିକ ନବ ପ୍ରକଳ୍ପ ନିର୍ମାଣ ପାଇଁ ଭୂମିପୂଜନ କରିଛନ୍ତି। ଆଗାମୀ ଦିନରେ ଏମସିଏଲର ସାମାଜିକ ଦାୟିତ୍ୱ ପଦକ୍ଷେପ ଅଧୀନରେ ଏଠାରେ ନୂଆ ଭବନ ନିର୍ମାଣ ସହ ଆନୁଷଙ୍ଗିକ କାମ ହେବ। ସମାଜର ସହଭାଗିତାରେ ଏହି ଗୌଶାଲାକୁ ଆଗେଇ ନେବା ଆମ ସମସ୍ତଙ୍କର ଦାୟିତ୍ୱ। ଗୋସେବାରେ ବ୍ରତୀ ଥିବା ଏହି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ବୋଲି ସେ କହିଛନ୍ତି।

Sambalpur | Dharmendra Pradhan