ଭୁବନେଶ୍ବର: ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ଙ୍କୁ ସମର୍ଥନ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ନବୀନଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ସହ ଏନଡିଏ ପ୍ରାର୍ଥୀ ସି.ପି.ରାଧାକ୍ରିଷ୍ଣନ୍ଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ରାଜ୍ୟପାଳ ତଥା ବିଜେପି ନେତା ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଆଜି ପ୍ରାର୍ଥୀ ଭାବେ ଘୋଷଣା କରିଛି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବା ନିମନ୍ତେ ଗତକାଲି ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଧାକ୍ରିଷ୍ଣନଙ୍କ ନାମ ଘୋଷଣା କରିଥିଲେ। ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡୁ ରାଜ୍ୟ ବିଜେପି ସଭାପତି ଭାବରେ କାର୍ଯ୍ୟ କରିଥିଲେ। ରାଧାକ୍ରିଷ୍ଣନ ତାଙ୍କ ରାଜନୈତିକ ଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହିଛନ୍ତି। ୨୦୨୪ ଜୁଲାଇ ୩୧ରେ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
/filters:format(webp)/sambad/media/media_files/2025/08/18/cp-radhakrishnan-2025-08-18-11-53-24.png)
ମହାରାଷ୍ଟ୍ର ରାଜ୍ୟପାଳ ତଥା ବିଜେପି ନେତା ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଆଜି ପ୍ରାର୍ଥୀ ଭାବେ ଘୋଷଣା କରିଛି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବା ନିମନ୍ତେ ଗତକାଲି ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଧାକ୍ରିଷ୍ଣନଙ୍କ ନାମ ଘୋଷଣା କରିଥିଲେ। ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡୁ ରାଜ୍ୟ ବିଜେପି ସଭାପତି ଭାବରେ କାର୍ଯ୍ୟ କରିଥିଲେ।
ଏହା ପୂର୍ବରୁ ସେ ୨୦୨୩ ଫେବ୍ରୁଆରି ୧୮ରୁ ୨୦୨୪ ଜୁଲାଇ ୩୦ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୨୦୨୪ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ତେଲେଙ୍ଗାନାର ରାଜ୍ୟପାଳ ଏବଂ ମାର୍ଚ୍ଚରୁ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ପୁଡୁଚେରୀ ଉପରାଜ୍ୟପାଳ ଭାବେ ରାଧାକ୍ରିଷ୍ଣନ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ୧୯୯୮ ଓ ୧୯୯୯ରେ ସେ କୋଏମ୍ବାଟୁରରୁ ଲୋକସଭାକୁ ପ୍ରତିନିଧିତ୍ୱ କରିଥିଲେ। ରାଧାକ୍ରିଷ୍ଣନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଜଣେ ସ୍ବୟଂସେବକ। ସେ ଭାରତୀୟ ଜନସଂଘରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ବିଜେପିର ତାମିଲନାଡୁ ସଭାପତି ଭାବରେ ରାଧାକ୍ରିଷ୍ଣନ ନଦୀ ସଂଯୋଗ, ଆତଙ୍କବାଦର ମୁକାବିଲା ଏବଂ ଅସ୍ପୃଶ୍ୟତା ଦୂରୀକରଣ ଆଦି ପ୍ରସଙ୍ଗ ନେଇ ୯୩ଦିନିଆ ରଥଯାତ୍ରା ଆରମ୍ଭ କରିଥିଲେ। ସଂସଦରେ ସେ ବୟନ ଶିଳ୍ପ ସଂକ୍ରାନ୍ତ ସ୍ଥାୟୀ କମିଟିର ଅଧ୍ୟକ୍ଷତା କରିଥିଲେ ଏବଂ ଅର୍ଥ ଓ ସାର୍ବଜନୀନ ଉଦ୍ୟୋଗ ସମ୍ବନ୍ଧୀୟ ଅନେକ କମିଟିରେ ତାଙ୍କର ଯୋଗଦାନ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଂସଦୀୟ ବୋର୍ଡ ବୈଠକରେ ବିଜେପି ଅଧ୍ୟକ୍ଷ ନଡ୍ଡା ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/18/untitled-2025-08-18-11-51-24.png)