କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଓଡ଼ପୁର ଗାଁରେ ଅଜଣା ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ଗାଁର ୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହି ରୋଗରେ ମୃତକଙ୍କ ସଂଖ୍ୟା ୫ କୁ ବୃଦ୍ଧି ପାଇଛି। ଗତ ସପ୍ତାହରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଆଉ ଜଣଙ୍କର ଜୀବନ ଯାଇଛି । ଖଗପତି ଗୌଡ଼ ନାମକ ବ୍ୟକ୍ତିଙ୍କର କୋରାପୁଟ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଓଡ଼ପୁର ଗାଁରେ ଅଜଣା ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ଗାଁର ୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହି ରୋଗରେ ମୃତକଙ୍କ ସଂଖ୍ୟା ୫ କୁ ବୃଦ୍ଧି ପାଇଛି। ଗତ ସପ୍ତାହରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଆଉ ଜଣଙ୍କର ଜୀବନ ଯାଇଛି । ଖଗପତି ଗୌଡ଼ ନାମକ ବ୍ୟକ୍ତିଙ୍କର କୋରାପୁଟ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହି ଖବର ଜାଣିବା ପରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଓଡପୁର ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏହି ଖବର ଜାଣିବା ପରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଓଡପୁର ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଝାଡ଼ାବାନ୍ତି ପରି ଲକ୍ଷଣ ଦେଖାଯାଉଥିଲେ ବି ଏହା କେଉଁ ରୋଗ ଏଯାଏଁ ସ୍ପଷ୍ଟ ହୋଇନି। ଅନ୍ୟ ପକ୍ଷରେ ବିଧାୟକ ପବିତ୍ର ସାଉଁତା ଗାଁରେ ପରିସ୍ଥିତିକୁ ଦେଖି ଜିଲ୍ଲା ସ୍ଵାସ୍ଚ୍ୟ ବିଭାଗକୁ ଚିକିତ୍ସା ବ୍ୟବସ୍ଥା ତ୍ବରାନ୍ବିତ କରିବାକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/25/new-project-16-2025-08-25-08-42-04.jpg)