ରାୟଗଡ଼ା: ରାୟଗଡ ରେଳ ଷ୍ଟେସନରେ ୨୫ ହଜାର କେଭି ବିଦ୍ୟୁତ ତାରକୁ ସ୍ପର୍ଶ କରି ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ନ ସମୟରେ ଜଣେ ବ୍ୟକ୍ତି ଷ୍ଟେସନରେ ଅଟକି ରହିଥିବା ଟେଙ୍କର ଉପରକୁ ଚଢି ୨୫ କିଲୋ ଭୋଲ୍ଟର ତାରକୁ ଧରିଥିଲା ଏବଂ ତତ୍ କ୍ଷଣାତ ସେଠାରେ ଟଳି ପଡ଼ିଥିଲା।
ଏହାକୁ ଦେଖି ଘଟଣା ସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ଉକ୍ତ ବ୍ୟକ୍ତିକୁ ଉଦ୍ଧାର କରି ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିଛି ମୁହୂର୍ତ୍ତ ଚିକିତ୍ସା ପରେ ଚିକିତ୍ସିତ ଅବସ୍ଥାରେ ଉକ୍ତ ଅଜଣା ବ୍ୟକ୍ତିର ମୃତ୍ୟୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/21/40LrHOzn4Nuc9kukGncN.jpg)