ବୈଶିଙ୍ଗା: ବାତ୍ୟା ‘ଦାନା’ ପ୍ରଭାବରେ ପବନ ବର୍ଷା ଜୋର ଧରିଥିବାବେଳେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା-ରୁପ୍ସା ରାସ୍ତାର କଦଳିଆ ଛକ ନିକଟରେ ଏକ ବିରାଟକାୟ ବଟବୃକ୍ଷ ରାସ୍ତା ଉପରେ ଉପୁଡ଼ି ପଡ଼ିବା ଯୋଗୁଁ ରାସ୍ତା ଅବରୋଧ ହୋଇଛି।
ସୂଚନା ଅନୁଯାଇ ବାତ୍ୟା ପ୍ରଭାବରେ ପବନର ବେଗ କ୍ରମଶଃ ବୃଦ୍ଧି ପାଉଥିବାରୁ ବୈଶିଙ୍ଗା-ରୁପ୍ସା ମୁଖ୍ୟ ରାସ୍ତାର କଦଳିଆ ଛକ ନିକଟରେ ଥିବା ଏକ ବିରାଟକାୟ ବରଗଛ ଉପୁଡି ଯାଇ ରାସ୍ତା ଉପରେ ପଡିଛି, ଯେଉଁଥିପାଇଁ ବ୍ୟସ୍ତବହୁଳ ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଦୁର୍ଭାଗ୍ୟବଶତଃ ନଗର ଉନ୍ନୟନ ଓ ସାଧାରଣ ଅଭିଯୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସେହି ରାସ୍ତାରେ ମୋରଡ଼ା ଓ ରାସଗୋବିନ୍ଦପୁର ଗସ୍ତରେ ଯାଉଥିବାବେଳେ ସେହିଠାରୁ ଫେରିଯାଇ ଅନ୍ୟ ରାସ୍ତାରେ ଯାଇଥିଲେ।
ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଡାଳ କାଟିବା ପରେ ବିଧାୟକ ସମେତ ସମସ୍ତ ଅଧିକାରୀ ମିଶି ରାସ୍ତା ଉପରୁ ତୁରନ୍ତ ଗଛ ଡାଳ ସବୁକୁ ହଟାଇ ଥିଲେ ଓ ପରେ ଉକ୍ତ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା।
ତେବେ ତାଙ୍କ ସାଙ୍ଗରେ ଥିବା ବଡ଼ସାହି ବିଧାୟକ ସନାତନ ବିଜୁଳି ଘଟଣାସ୍ଥଳରେ ଉପସ୍ଥିତ ରହି ବୈଶିଙ୍ଗା ପୁଲିସ, ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେl ଖବର ପାଇ ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ ଓ ବିଦ୍ୟୁତ ବିଭାଗ ଜେଇ ପ୍ରଶାନ୍ତ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଡାଳ କାଟିବା ପରେ ବିଧାୟକ ସମେତ ସମସ୍ତ ଅଧିକାରୀ ମିଶି ରାସ୍ତା ଉପରୁ ତୁରନ୍ତ ଗଛ ଡାଳ ସବୁକୁ ହଟାଇ ଥିଲେ ଓ ପରେ ଉକ୍ତ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/24/myO6KsT7ENwl8SBxsF8o.jpeg)