ରାୟଗଡ଼ା: ଚଳିତ ବର୍ଷ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ କଳାବଜାରୀ ଓ ପରିଚାଳନଗତ ଅବ୍ୟବସ୍ଥାକୁ ନେଇ ରାୟଗଡ଼ା ବିଧାୟକ ଆପଲାସ୍ବାମୀ କାଡ୍ରାକା ଅସନ୍ତୋଷ ପ୍ରକାଶ କରିବା ସହ ସମବାୟ ସମିତି କର୍ମଚାରୀଙ୍କ ଉପରେ ବିଗିଡିଛନ୍ତି।
ଜିଲ୍ଲାର ଗରିବ ଚାଷୀ ମାନେ ୟୁରିଆ ସାର ପାଇପାରୁନଥିବା ଏବଂ ସାର ମିଳୁଥିଲେ ମଧ୍ୟ କଳାବଜାରୀରେ ଡିଲର ଏବଂ ରିଟେଲର ପାଖରୁ ୭୦୦ରୁ ହଜାର ଟଙ୍କା ଦେଇ କିଣୁଥିବା ଅଭିଯୋଗ କରୁଥିଲେ। କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଗତ ଦୁଇ ଦିନ ଧରି ରାୟଗଡ଼ା ବିଧାୟକ କାଡ୍ରାକା ଆପାଲାସ୍ବାମି ୟୁରିଆ ସାର ଅଭାବ ବିକ୍ରି ନେଇ ସଦର ମହକୁମା ସମବାୟ ସମିତିର ଗୋଦାମ ଗୃହ ଗୁଡିକରେ ୟୁରିଆ ସାର୍ ଉପଲବ୍ଧ ଅଛି କି ନାହିଁ ତଦାରଖ କରିଥିଲେ।
ଆଜି ପୁଣି ୟୁରିଆ ସାର ଯୋଗାଣ ସମସ୍ୟା ସମ୍ପର୍କରେ ଚାଷୀଙ୍କ ଅଭିଯୋଗ ଶୁଣି ସମବାୟ ସମିତି ଯାଇଥିଲେ। ସେଠାରେ ସମବାୟ ସମିତିର ପରିଚାଳକଙ୍କ ଠାରୁ ସମସ୍ତ କର୍ମଚାରୀ ଶୀତତାପ କୋଠରୀରେ ବସୁଛନ୍ତି କିନ୍ତୁ ଚାଷୀଙ୍କ ପାଇଁ ବସିବା ଓ ପିଇବା ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇନଥିବାରୁ ଲ୍ୟାମ୍ପ କର୍ମଚାରୀ ମାନଙ୍କ ଉପରେ ବିଗିଡିଥିଲେ। ଏନେଇ ସମବାୟ ସମିତି ପରିଚାଳକଙ୍କୁ ତାଗିଦ କରିବା ସହ ତୁରନ୍ତ ଆବଶ୍ୟକ ବ୍ୟବସ୍ଥା କରିବା ନିମନ୍ତେ କହିବା ସହ ଚାଷୀ ମାନଙ୍କର ସମସ୍ୟା ସଂପର୍କରେ ନିଜର ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ପ୍ରକାଶ କରିଥିଲେ।
ରାୟଗଡ଼ା ଜିଲ୍ଲାରେ ୟୁରିଆ ସାର ଘୋର ଅଭାବ ଥିବା ସେ ଅନୁଭବ କରିଛନ୍ତି ଏବଂ ଏନେଇ ଜିଲ୍ଲା ପ୍ରଶାସନ ଏବଂ ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି। ଜିଲ୍ଲାକୁ ଆସୁଥିବା ୟୁରିଆ ସାରକୁ ଦଲାଲ ମୁକ୍ତ କରି ସମବାୟ ସମିତି ଜରିଆରେ ଯୋଗାଇ ଦିଆଗଲେ ଚାଷୀ ଉପକୃତ ହେବେ ବୋଲି କୃଷି ବିଭାଗକୁ ପରାମର୍ଶ ଦେଇଥିବା ସେ ପ୍ରକାଶ କରିଛନ୍ତି।
ଏନେଇ କୃଷି ବିଭାଗ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଯେ ଆସନ୍ତାକାଲି ୟୁରିଆ ରେକ ଲାଗିବ ଏବଂ ଜିଲ୍ଲାରେ ୟୁରିଆ ଚାଷୀଙ୍କୁ ସରକାରୀ ଦରରେ ମିଳିପାରିବ। ଜିଲ୍ଲାକୁ ଆସୁଥିବା ସାର ବିଭିନ୍ନ ଲ୍ୟାମ୍ପ ଦ୍ବାରା କମ ପରିମାଣରେ ବଣ୍ଟନ କରାଯାଉଥିବା ବେଳେ ଡିଲର ଏବଂ ରିଟେଲର ସହାୟତାରେ ୩ ଭାଗ ସାର ବଣ୍ଟନ କରାଯାଉଥିବା ନେଇ ବିଧାୟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲ୍ଲାପାଳ ନିଜେ ସାର ବଣ୍ଟନର ତଦାରଖ କରିବେ ବୋଲି ତାଙ୍କୁ କହିଥିବା ବିଧାୟକ ଶ୍ରୀ କାଡ୍ରାକା ସୂଚନା ଦେଇଛନ୍ତି।
Rayagada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/03/rgd-2025-09-03-22-14-27.jpg)