ରାଇରଙ୍ଗପୁର: ବିଚ୍ଛନ୍ନାଞ୍ଚଳ ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ଉତ୍କଳ ମଣି ଉଚ୍ଚ ବିଦ୍ୟାଳୟ ଚକ୍ରଧରପୁର ପ୍ରାଙ୍ଗଣରେ ଉତ୍କଳ ଦିବସ ହର୍ଷ ଉଲ୍ଲାସ ସହିତ ପାଳନ କରାଯାଇଛି। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାଶ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳିତ ଓ ମାଲ୍ୟାର୍ପଣ କରାଯାଇଥିଲା। ସମବେତ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ ଗାଇଥିଲେ। ଉତ୍କଳ ସାସ୍କୃତିକ ଶିବିର ଭଦ୍ରକ ପକ୍ଷରୁ ଉତ୍କଳ ଦିବସ ପୂର୍ବରୁ ଚୈନପୁର, ଦାନ୍ତି, ବେଗୁନା, ଇଟୋର, ଦେଓଗାଁ, କୁରୁଳିଆ, କୋଲଚକଡ଼ା, କୁଡୈକଳା, ବଡ଼ଡିହି ଓ ପୁରୁଣାଡିହୀ ଗାଁରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ବର୍ଣବୋଧ, ଓଡ଼ିଆ ବ୍ୟାକରଣ ଓ ମହାପୁରୁଷଙ୍କ ଓଡ଼ିଆ ଜୀବନୀ ପୁସ୍ତକ ନିଶୁଳ୍କ ବିତରଣ କରାଯାଇଛି। 

Advertisment

ଓଡ଼ିଆ ଅଭିଭାବକମାନଙ୍କୁ ବିଭିନ୍ନ ଓଡ଼ିଆ ପୌରାଣିକ ବହି, ଓଡ଼ିଆ ଗଳ୍ପ, ଓଡ଼ିଆ କବିତା, ବିଭିନ୍ନ ପ୍ରକାର ଓଡ଼ିଆ ପୁସ୍ତକ ନିଶୁଳ୍କ ବଣ୍ଟନ କରାଯାଇଥିଲା । ଓଡ଼ିଆ ଅଭିଭାବକ ଓ ଉତ୍କଳ ସମ୍ମିଳନୀ ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଓଡ଼ିଆ ଲିପି ଶିକ୍ଷାର ସହଜ ପ୍ରଣାଳୀ ବିଷୟରେ ଅବଗତ କରାଯାଇଥିଲା। ପଶ୍ଚିମ ସିଂହଭୂମି ଜିଲ୍ଲାର ଓଡ଼ିଆ ଭାଷା ଜ୍ଞାନ ପରୀକ୍ଷାରେ ଭଲ ନମ୍ବର ରଖି ପାଶ କରିଥିବା ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଓଡ଼ିଆ ପୁସ୍ତକ ଦେଇ ପୁରସ୍କୃତ କରାଯାଇଛି।

publive-image

ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ କୋଲଚକଡ଼ାର ଓଡ଼ିଆ ଶିକ୍ଷୟିତ୍ରୀ ବୃନ୍ଦାବତୀ ପ୍ରଧାନଙ୍କୁ ପ୍ରଥମ ପୁରସ୍କାର, ମଧ୍ୟ ବିଦ୍ୟାଳୟ ପଦମପୁରର ଓଡ଼ିଆ ଶିକ୍ଷୟିତ୍ରୀ ରୀନା ଗିରିଙ୍କୁ ଦ୍ୱିତୀୟ ଓ ପ୍ରାଥମିକ ବିଦ୍ୟାଳୟ ଭାଲୁପାଣିର ଓଡ଼ିଆ ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ତୃତୀୟ ପୁରସ୍କାର ପାଇଛନ୍ତି। ନିଜ ମା’ଙ୍କୁ ଯେପରି ସମ୍ମାନ ଦେଉଛନ୍ତି ସେହିପରି ଭାବେ ଓଡ଼ିଆ ମାତୃଭାଷାକୁ ପ୍ରତ୍ୟେକ ଲୋକ ସମ୍ମାନ ଦେଇ ମାତୃଭାଷା ଓଡ଼ିଆକୁ ଅଧିକ ଭାବେ ଗୁରୁତ୍ୱ ଦେଇ ଆଗକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସଭାର ଅଧ୍ୟକ୍ଷତା ଓଡ଼ିଆ ଭାଷା ବିକାଶ ପରିଷଦ ଝାଡ଼ଖଣ୍ଡର ସଭାପତି ପ୍ରଫେସର ଡକ୍ଟର ନାଗେଶ୍ୱର ପ୍ରଧାନ, ମୁଖ୍ୟ ଅତିଥି ଓଡ଼ିଆ ଶିଶୁ ସାହିତ୍ୟିକ ଓ ଗବେଷକ ପ୍ରଫେସର ଡକ୍ଟର ମନୀନ୍ଦ୍ର ମହାନ୍ତି, ମୁଖ୍ୟବକ୍ତା ବଳରାମ ରଣସିଂହ,ସମ୍ମାନିତ ଅତିଥି ଗୌତମ ମହାରଣା, ସଂଜୟ କୁମାର ଦାଶ, ଧର୍ମେନ୍ଦ୍ର ବେହେରା, ରଞ୍ଜନ ନାୟକ, ସୁଶୀଲ ନାୟକ ପ୍ରମୁଖ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ପଶ୍ଚିମ ସିଂହଭୂମର ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ଦାଶ, ସାଧାରଣ ସଂପାଦକ ଅମ୍ବିକା ଚରଣ ଦିକ୍ଷୀତ, ପୂର୍ବତନ ସଭାପତି ସରୋଜ ପ୍ରଧାନ, ଓଡ଼ିଆ ଆସୋସିଏସନ ଦକ୍ଷିଣ ପୂର୍ବ ରେଳବାଇର ସଂପାଦକ ସନାତନ ବିନ୍ଧାଣି, ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ପ୍ରଣବ କୁମାର ମିଶ୍ର, ଉପସଭାପତି କେଦାରନାଥ ପ୍ରଧାନ, ପ୍ରଧାନଶିକ୍ଷକ ସୁଶାନ୍ତ ମହାନ୍ତି, କୁସୁମ ମଂଜରୀ ଦାଶ, ପୂର୍ଣେନ୍ଦୁ କୁମାର ନନ୍ଦ, ଚିରଞିବୀ ପ୍ରଧାନ, ପରେଶ ପ୍ରଜାପତି, ପରିତୋଷ ସାହୁ, ସନ୍ତୋଷ କୁମ୍ଭକାର, ପିତବାସ ପ୍ରଧାନ, ଆରତୀ ମଣ୍ଡଳ, ସୁଭଦ୍ରା ମିସ୍ତ୍ରୀ, ଅଂଜଳୀ ନାୟକ, ପୁଷ୍ପଲତା ମଣ୍ଡଳ, ସଂଗୀତା ପ୍ରଧାନ, ଆକାଂକ୍ଷା ରଣା, ବିଧୁମତୀ ଦେବୀ, ଅଙ୍ଗୁରବାଳା ପ୍ରଧାନଙ୍କ ସମେତ ବିଚ୍ଛନ୍ନାଞ୍ଚଳର ବହୁ ଓଡ଼ିଆ  ଉପସ୍ଥିତ ଥିଲେ।

Mayurbhanj | Odia culture