ଭବାନୀପାଟଣା: କଳାହାଣ୍ଡିଜିଲ୍ଲା ଭବାନୀପାଟଣା ମା ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ସଞ୍ଜୟ କୁମାର ଶତପଥୀଙ୍କ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେ ବହୁଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ୨୦୨୧େର ସେ ମା ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।
ସେ ପ୍ରଥମ କୁଳପତି ଭାବରେ ଯୋଗଦାନ କରି ବିଶ୍ବବିଦ୍ୟାଳୟର ବହୁତ ଉନ୍ନତି କରିବା ସହ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ସଫଳ ହୋଇଥିଲେ। ସେ ଜଣେ ସୁବକ୍ତା, ଉଦଘୋଷକ ଓ ଗାୟକ ଥିଲେ। ତାଙ୍କ ମୃତ୍ୟୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବିଶେଷ କରି ସେ ଛାତ୍ରଵତ୍ସଳ ଥିଲେ. ଭିସି ଥିଲେ ବି ସିଧାସଳଖ ଛାତ୍ର ଛାତ୍ରୀଙ୍କ ସହ ସାମିଲ ହେଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/25/3EXsIdzUoYpvTXXa7WlI.png)