ବାଲିପାଟଣା: ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଉପନିବନ୍ଧକ କାର୍ଯ୍ୟାଳୟର କାର୍ଯ୍ୟରତ କର୍ମଚାରୀ ବୁଧବାର ଦିନ ଅପରାହ୍ଣରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। ବାଗଲପୁର ଗ୍ରାମର ବୁଢ଼ୀ ମା’ ମଙ୍ଗଳା ଟ୍ରଷ୍ଟ ରେଜିଷ୍ଟେସନ କରାଇ ଦେବାକୁ ଲାଞ୍ଚୁଆ ବାବୁ ୪ ହଜାର ଟଙ୍କା ଦାବି କରିଥିଲେ। ଉପନିବନ୍ଧକ ବରିଷ୍ଠ ସହାୟକ ସୁକାନ୍ତ କୁମାର ସିଂ ପୂର୍ବରୁ ଦେଢ଼ ହଜାର ଟଙ୍କା ନେଇ ଥିବା ବେଳେ ଆଜି ଅବଶିଷ୍ଠ ୨ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ ଅଫିସ ଭିତରେ ମାଡ଼ି ବସିଥିଲା। ଦୀର୍ଘ ଦିନ ହେଲା କାମ ପାଇଁ ଉପନିବନ୍ଧକ କାର୍ଯ୍ୟାଳୟକୁ ଦୌଡୁଥିଲେ। ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ କାମକୁ ଜାଣିଶୁଣି ସ୍ଥଗିତ ରଖା ଯାଇଥାଏ। ମୋଟା ଅଙ୍କର ଲାଞ୍ଚ ନେବା ପରେ ହିତାଧିକାରୀଙ୍କ କାମ ହେଉଥିଲା |
ଏହି ଘଟଣା ପରେ ବାଲିପାଟଣାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବ୍ୟପକ ଦୁର୍ନୀତି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।ଲାଞ୍ଚୁଆ ବାବୁମାନଙ୍କ ମନରେ ଛନକା ପଶିଛି। ପ୍ରକାଶ ଥାଉ କି କିଛି ବର୍ଷ ତଳେ ବାଲିପାଟଣା ଥାନାରେ ଜଣେ ମହିଳା ପୁଲିସ ଅଫିସର ଲାଞ୍ଚ ନେଇ ଧରା ପଡ଼ିଥିଲେ।
Odisha Vigilance
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/16/vigilace-2025-07-16-17-32-02.jpg)