କୋରାପୁଟ/ବୋରିଗୁମ୍ମା : ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆରଆଇ ସୁରେନ୍ଦ୍ର ତନ୍ତୀଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ଗତକାଲି ତାଙ୍କ ଘର ଓ କାର୍ଯ୍ୟାଳୟ ସମେତ ୮ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

Advertisment

ଆରଆଇଙ୍କ ନାଁରେ  ୧୫୨ଗ୍ରାମର ସୁନା ଅଳଙ୍କାର, ଏକ ଲକ୍ଷ ୫୫ହଜାର ଟଙ୍କା, ୩ଟି ଚାରିଚକିଆ (ବଲୋରୋ, ମାରୁତି ଆଲଟୋ ଓ ମହିନ୍ଦ୍ରା ଏସୟୁଭି) ଗାଡ଼ି, ବୋରିଗୁମ୍ମାରେ ୨ହଜାର ‌ବର୍ଗଫୁଟର ଦୁଇ ମହଲା ଘର, ଝିଲିମିଲି ଅଂଚଳରେ ଆଉ ଗୋଟିଏ ୨ହଜାର ବର୍ଗପୁଟର ଦୁଇ ମହଲା ଘର,ଝିଲିମଲି ଅଂଚଳରେ ଆଉ ଗୋଟିଏ କୋଠା,  ବୋରିଗୁମ୍ମା ଅଂଚଳରେ  ୧୭ଟି ପ୍ଲଟ ଯଥାକ୍ରମେ କୁନ୍ଦ୍ରା ଗୁଡା ଅଂଚଳରେ ୧୦ଡେସିମିଲର ୫ଟି ପ୍ଲଟ, କୋଷାଗୁଡା ଅଂଚଳରେ ୨ଏକର ୨୯ସେଣ୍ଟର ପ୍ଲଟ, ଝିଲିମିଲି ଅଂଚଳରେ ୨ ଡେସିମିଲର ପ୍ଲଟ୍ ସହ ବ୍ୟାଙ୍କ ଓ ବୀମାରେ ୮୪ଲକ୍ଷ ୮୨୭ଟଙ୍କା ଜମା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

 ବୋରିଗୁମ୍ମାରେ ଅବସ୍ଥିତ ସୁରେନ୍ଦ୍ର ତନ୍ତୀଙ୍କ ଆବାସିକ ଦ୍ୱି ମହଲା କୋଠା, ବୋରିଗୁମ୍ମା ଠାରେ ତାଙ୍କ ଝିଅଙ୍କର ଆବାସିକ ଭଡ଼ା ଘର, ରଣସପୁରରେ ତାଙ୍କ ପୈତୃକ ଘର, କାମତାରେ ଥିବା ସଂପର୍କୀୟଙ୍କ ଘର, ବୋରିଗୁମ୍ମା ଠାରେ ତାଙ୍କ ସମ୍ପର୍କୀୟଙ୍କର ଦୁଇଟି ମହଲା କୋଠା, ଦୁଇ ମହଲା ବଜାର କମ୍ପ୍ଲେକ୍ସ, ତାଙ୍କର କୋଠା ଓ କୁମୁଲି ଠାରେ ଶ୍ରୀ ତନ୍ତୀଙ୍କ ଅଫିସ୍ ଚାମ୍ବରରେ ଚଢ଼ାଉ କରାଯାଇଥିଲା।

ଏହି ଚଢ଼ାଉ ବେଳେ ଆରଆଇଙ୍କ ନାଁରେ  ୧୫୨ଗ୍ରାମର ସୁନା ଅଳଙ୍କାର, ଏକ ଲକ୍ଷ ୫୫ହଜାର ଟଙ୍କା, ୩ଟି ଚାରିଚକିଆ (ବଲୋରୋ, ମାରୁତି ଆଲଟୋ ଓ ମହିନ୍ଦ୍ରା ଏସୟୁଭି) ଗାଡ଼ି, ବୋରିଗୁମ୍ମାରେ ୨ହଜାର ‌ବର୍ଗଫୁଟର ଦୁଇ ମହଲା ଘର, ଝିଲିମିଲି ଅଂଚଳରେ ଆଉ ଗୋଟିଏ ୨ହଜାର ବର୍ଗପୁଟର ଦୁଇ ମହଲା ଘର,ଝିଲିମଲି ଅଂଚଳରେ ଆଉ ଗୋଟିଏ କୋଠା,  ବୋରିଗୁମ୍ମା ଅଂଚଳରେ  ୧୭ଟି ପ୍ଲଟ ଯଥାକ୍ରମେ କୁନ୍ଦ୍ରା ଗୁଡା ଅଂଚଳରେ ୧୦ଡେସିମିଲର ୫ଟି ପ୍ଲଟ, କୋଷାଗୁଡା ଅଂଚଳରେ ୨ଏକର ୨୯ସେଣ୍ଟର ପ୍ଲଟ, ଝିଲିମିଲି ଅଂଚଳରେ ୨ ଡେସିମିଲର ପ୍ଲଟ୍ ସହ ବ୍ୟାଙ୍କ ଓ ବୀମାରେ ୮୪ଲକ୍ଷ ୮୨୭ଟଙ୍କା ଜମା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

ଏହା ସହ ଅଧିକା ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ଆରଆଇଙ୍କୁ ଜୟପୁର ଭିଜିଲାନସ୍ ଏସପିଙ୍କ କାର୍ଯ୍ୟାଳୟରେ ଅଟକ ରଖି ପଚାରାଉଚାରା କରାଯାଇଥିଲା। ୧୭ଟି ପ୍ଲଟ୍ ଓ ୩ଟି ବିଲଡିଙ୍ଗର ଆକଳନ ସରିଲେ ଏହା ଆହୁରି ଅଧିକା ହୋଇ ପାରେ ବୋଲି ଭିଜିଲାନସ୍ ପକ୍ଷରୁ ସୂଚନା ମିଳିଛି। ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୩ ଡିଏସପି, ୭ ଇନ୍ସପେକ୍ଟର, ୫ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।