ରାୟଗଡ଼ା: ଜନ୍ମ ସାର୍ଟିଫିକେଟ ସଂଶୋଧନ ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଲାବେଳେ ରାୟଗଡ଼ା ଭିଜିଲାନ୍ସ ଧରିଛି ଜଣେ ସ୍ୱାସ୍ଥ୍ୟ କର୍ମୀକୁ। ଜନ୍ମ ପ୍ରମାଣ ପତ୍ର ସଂଶୋଧନ କରିବା ପାଇ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମୁନିଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ଵାସ୍ଥ୍ୟ କର୍ମଚାରୀ କୁଞ୍ଜ ବିହାରୀ ରାଉତଙ୍କୁ ଭିଜିଲାନ୍ସ ଧରିଛି। ରଙ୍ଗବୋଳା ଟଙ୍କା ବି ଜବତ କରିଛି ଭିଜିଲାନ୍ସ।
ଜନ୍ମ ସାର୍ଟିଫିକେଟ ସଂଶୋଧନ ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଲାବେଳେ ରାୟଗଡ଼ା ଭିଜିଲାନ୍ସ ଧରିଛି ଜଣେ ସ୍ୱାସ୍ଥ୍ୟ କର୍ମୀକୁ। ଜନ୍ମ ପ୍ରମାଣ ପତ୍ର ସଂଶୋଧନ କରିବା ପାଇ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମୁନିଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ଵାସ୍ଥ୍ୟ କର୍ମଚାରୀ କୁଞ୍ଜ ବିହାରୀ ରାଉତଙ୍କୁ ଭିଜିଲାନ୍ସ ଧରିଛି। ରଙ୍ଗବୋଳା ଟଙ୍କା ବି ଜବତ କରିଛି ଭିଜିଲାନ୍ସ।
ମୁନିଗୁଡା ଅଫିସ ଓ ବିଷମକଟକର ଡୁକୁମ୍ ଯିବା ରାସ୍ତାରେ ଥିବା ଘରେ ଭିଜିଲାନ୍ସ ଚଢ଼ାଉ କରି ତଦନ୍ତ କରୁଛି। ଲୋକଙ୍କୁ ତୁରନ୍ତ ଜନ୍ମ ପ୍ରମାଣ ପତ୍ର ଦେବା ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି । ଏଥିଲାଗି ସରଳ ବ୍ୟବସ୍ଥା ମଧ୍ୟ କରିଛନ୍ତି। କିନ୍ତୁ ଲୋକଙ୍କୁ ଟଙ୍କା ପାଇଁ ହଇରାଣ କରୁଛନ୍ତି ଏଭଳି ଲାଞ୍ଚୁଆ ଅଧିକାରୀ। ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜୟପୁର ନେଉଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/13/untitled-2025-08-13-14-38-21.png)