ବାରିପଦା: ବାରିପଦାର ପ୍ରଫୁଲ୍ଲ ନଗରରେ ଥିବା ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଭିଜଲାନ୍ସ ଚଢ଼ାଉ। ଆୟ ବହିର୍ଭୁତ ସମ୍ପତ୍ତିକୁ ନେଇ ରାଜ୍ୟର ୬ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ମୁଖ୍ୟତଃ ବୌଦ୍ଧରେ ଥିବା କାର୍ଯ୍ୟାଳୟ ଭଡା ଘର, ଭୁବନେଶ୍ବରରେ ଥିବା ଝିଅ ଘର ସମେତ ମୟୂରଭଞ୍ଜ ଜିଲ୍ଲାର ଦୁଇଟି ଜାଗାରେ ହେଉଛି ଚଢ଼ାଉ ହୋଇଛି।

Advertisment

ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କର ଗୋଟିଏ ବହୁତଳ ପ୍ରାସାଦ ଓ ୩୬ଟି ପ୍ଲଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ତେଣେ ତାଙ୍କର ପୋଷ୍ଟ ଅଫିସ୍ ଓ ବ୍ୟାଙ୍କରେ ୫୬ ଲକ୍ଷ ଟଙ୍କାର ଜମା ଥିବା ବି ଜଣାଯାଇଛି। ଖାଲି ସେତିକି ନୁହେଁ, ସେ ନିଜ ଝିଅର ମେଡିକାଲ୍ ପାଠପଢ଼ା ବାବଦରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦା। ଏହାଛଡ଼ା ୨ ଲକ୍ଷ ୩୮ ହଜାର ୭୨୫ ଟଙ୍କା ନଗଦ, ୨୫୦ ଗ୍ରାମ୍ ସୁନା ଓ  ୪୦୦ ଗ୍ରାମ୍ ରୁପା ଜବତ କରିଛି ଭିଜିଲାନ୍ସ। ତାଙ୍କର ଗୋଟିଏ ଚାରିଚକିଆ ଓ ତିନିଟି ବାଇକ୍‌ ଥିବା ବି ଜଣାଯାଇଛି।

ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କର ୩୬ଟି ପ୍ଲଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ତେଣେ ତାଙ୍କର ପୋଷ୍ଟ ଅଫିସ୍ ଓ ବ୍ୟାଙ୍କରେ ୫୬ ଲକ୍ଷଟଙ୍କାର ଜମା ଥିବା ବି ଜଣାଯାଇଛି। ଖାଲି ସେତିକି ନୁହେଁ, ସେ ନିଜ ଝିଅର ମେଡିକାଲ୍ ପାଠପଢ଼ା ବାବଦରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦା। ଏହାଛଡ଼ା ୨ ଲକ୍ଷ ୩୮ ହଜାର ୭୨୫ ଟଙ୍କା ନଗଦ, ୨୫୦ ଗ୍ରାମ୍ ସୁନା ଓ  ୪୦୦ ଗ୍ରାମ୍ ରୁପା ଜବତ କରିଛି ଭିଜିଲାନ୍ସ। ତାଙ୍କର ଗୋଟିଏ ଚାରିଚକିଆ ଓ ତିନିଟି ବାଇକ୍‌ ଥିବା ବି ଜଣାଯାଇଛି।