ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରାହାମା ବନ ବିଭାଗର ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ପଶିଲା ଭିଜିଲାନ୍ସ। ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍। ତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଓ ସୁନାଗହଣା ଜବତ କରାଯାଇଥିବା ପ୍ରାଥମିକ ସୂଚନା ମିଳିଛି।

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଜଗତସିଂପୁର ଜିଲ୍ଲା ରାହାମା ବନ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ନିମ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି। 

ଆହୁରି ପଢ଼ନ୍ତୁ:One-day workshop: କୁଳପତି ଓ ଅଧ୍ୟକ୍ଷଙ୍କ ଦିନିକିଆ କର୍ମଶାଳା,‘ପ୍ରତି ଜିଲ୍ଲାରେ ହେବ ବିଶ୍ବବିଦ୍ୟା‌ଳୟ’

୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍

(୧) ଜଗତସିଂପୁରର ଚତରାଠାରେ ଅବସ୍ଥିତ ଆବାସିକ ତିନି ମହଲା କୋଠା।

(୨) ଜଗତ୍ସିଂହପୁର ଜିଲ୍ଲା ଅନ୍ତର୍ଗତ ସାମନ୍ତରାୟପୁର, ପୋ-ଡୋଣ୍ଡୋ, ନିଜ ଗ୍ରାମଠାରେ ଦୁଇ ମହଲା ବିଶିଷ୍ଟ କୋଠା।

(୩) କଟକ ବନ ବିଭାଗ ଅଧୀନରେ ଥିବା ଫରେଷ୍ଟ ରେଞ୍ଜ, ସମ୍ପୁର, ଜଗତସିଂହପୁରରେ ଅବସ୍ଥିତ କାର୍ଯ୍ୟାଳୟ।

(୪) ଜଗତସିଂପୁର ଫରେଷ୍ଟ ରେଞ୍ଜ ପରିସରରେ ଅବସ୍ଥିତ ସରକାରୀ କାର୍ଯ୍ୟାଳୟ।

ଆହୁରି ପଢ଼ନ୍ତୁ: winter: ବଡ଼ଦିନ ଓ ନୂଆବର୍ଷରେ ବି ଥଣ୍ଡାରୁ ତ୍ରାହି ନାହିଁ

ସ୍ୱତନ୍ତ୍ର ବିଚାରପତି, କଟକ ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୫ ଜଣ ଡିଏସପି, ୮ ଜଣ ନିରୀକ୍ଷକ ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀ ଏବଂ କର୍ମଚାରୀଙ୍କ ନେତୃତ୍ୱରେ ଜଗତସିଂପୁର ଜିଲ୍ଲାର ଉପରୋକ୍ତ ସ୍ଥାନଗୁଡ଼ିକରେ ଏକକାଳୀନ ଘର ଚଢ଼ାଉ କରାଯାଉଛି।