ସୁନ୍ଦରଗଡ଼: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ଟି ସ୍ଥାନରେ ଏକ କାଳୀନ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ବେଳେ ସୁନ୍ଦରଗଡ଼ କେନ୍ଦୁପଡ଼ା ସ୍ଥିତ ତିନି ମହଲା କୋଠାରେ ମଧ୍ୟ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସର ଏକ ଟିମ ଘରେ ସମସ୍ତ କାଗଜପତ୍ର ଖଙ୍ଗାଳୁଛି। ଏହି ଘରେ ଶ୍ରୀ ବେହେରାଙ୍କ ବଡ଼ ଶଳା ଏବଂ ସ୍ତ୍ରୀ ରହିଛନ୍ତି।
/filters:format(webp)/sambad/media/media_files/2025/08/18/untitled-2025-08-18-09-12-03.png)
ସୁରେନ୍ଦ୍ର ବେହେରା ସୁନ୍ଦରଗଡ଼ ଆଇଟିଡିଏରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ ୨୦୧୬ ରୁ ୨୦୨୨ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ। ସେହି ସମୟରେ ତାଙ୍କ ବିରୁଦ୍ଧରେ ଅନେକ ଦୁର୍ନୀତିର ଅଭିଯୋଗ ହୋଇଥିଲା । ସମସ୍ତ ବିଭାଗୀୟ କାର୍ଯ୍ୟ ନିଜେ ଠିକା କରିବା ସହ ଅନେକ ପୁରୁଣା କାମରେ ଚୂନ ମାରି ନୂଆ କାମ ଦେଖାଇ କୋଟି କୋଟି ଟଙ୍କା ବିଲ କରି ଉଠାଇ ନେବା ଭଳି ଅଭିଯୋଗ ରହିଥିଲା । ‘ସମ୍ବାଦ’ରେ ଏ ସମ୍ପର୍କିତ ଅନୁସନ୍ଧାନମୂଳକ ଖବର ପ୍ରକାଶ ପରେ ଜିଲ୍ଲାରୁ ରାଜ୍ଯ ଯାଏ ହଇଚଇ ଖେଳି ଯାଇଥିଲା। ସାରା ଜିଲ୍ଲାରୁ ତାଙ୍କ ବିରୋଧରେ ସ୍ବର ଉଠିଥିଲା। ଏପରିକି ସୂଚନା ଅଧିକାରକର୍ମୀ ସୁଶୀଳ ଗୁପ୍ତା ଅନଶନ କରିଥିଲେ। ଏହାପରେ ତତ୍କାଳୀନ ଜିଲ୍ଲାପାଳ ନିଖିଲ ପବନ କଲ୍ଯାଣଙ୍କ ନିର୍ଦେଶରେ ତଦନ୍ତ ଚାଲିଥିବାବେଳେ ତାଙ୍କ ବଦଳି ହୋଇ ଯାଇଥିଲା।
ଶ୍ରୀ ବେହେରା ସୁନ୍ଦରଗଡ଼ ଆଇଟିଡିଏରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ ୨୦୧୬ ରୁ ୨୦୨୨ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ। ସେହି ସମୟରେ ତାଙ୍କ ବିରୁଦ୍ଧରେ ଅନେକ ଦୁର୍ନୀତିର ଅଭିଯୋଗ ହୋଇଥିଲା । ସମସ୍ତ ବିଭାଗୀୟ କାର୍ଯ୍ୟ ନିଜେ ଠିକା କରିବା ସହ ଅନେକ ପୁରୁଣା କାମରେ ଚୂନ ମାରି ନୂଆ କାମ ଦେଖାଇ କୋଟି କୋଟି ଟଙ୍କା ବିଲ କରି ଉଠାଇ ନେବା ଭଳି ଅଭିଯୋଗ ରହିଥିଲା । ‘ସମ୍ବାଦ’ରେ ଏ ସମ୍ପର୍କିତ ଅନୁସନ୍ଧାନମୂଳକ ଖବର ପ୍ରକାଶ ପରେ ଜିଲ୍ଲାରୁ ରାଜ୍ଯ ଯାଏ ହଇଚଇ ଖେଳି ଯାଇଥିଲା। ସାରା ଜିଲ୍ଲାରୁ ତାଙ୍କ ବିରୋଧରେ ସ୍ବର ଉଠିଥିଲା। ଏପରିକି ସୂଚନା ଅଧିକାରକର୍ମୀ ସୁଶୀଳ ଗୁପ୍ତା ଅନଶନ କରିଥିଲେ। ଏହାପରେ
ତତ୍କାଳୀନ ଜିଲ୍ଲାପାଳ ନିଖିଲ ପବନ କଲ୍ଯାଣଙ୍କ ନିର୍ଦେଶରେ ତଦନ୍ତ ଚାଲିଥିବାବେଳେ ତାଙ୍କ ବଦଳି ହୋଇ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/18/untitled-2025-08-18-10-25-31.png)