ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜଧାନୀର ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ-୩ର ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । କସମୋପଲିସର ଗୋଟିଏ ଫ୍ଲାଟରେ ଚଢ଼ାଉ। ଭିଜିଲାନ୍ସର ୧୫ ଜଣିଆ ଟିମ୍ ଚଢ଼ାଉରେ ସାମିଲ ଥିବାର ସୂଚନା ରହିଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜଧାନୀର ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ-୩ର ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । କସମୋପଲିସର ଗୋଟିଏ ଫ୍ଲାଟରେ ଚଢ଼ାଉ। ଭିଜିଲାନ୍ସର ୧୫ ଜଣିଆ ଟିମ୍ ଚଢ଼ାଉରେ ସାମିଲ ଥିବାର ସୂଚନା ରହିଛି।
ଭିଜିଲାନ୍ସ ଚଢ଼ାଉ ବେଳେ ବାବୁ ଜଣକ ଟଙ୍କା ବ୍ୟାଗ ଫୋପାଡ଼ିଦେଇଥିବା ସୂଚନା ମିଳିଛି। ଘରୁ ମିଳିଲାଣି ଦାମୀ ବ୍ରାଣ୍ଡର ଚଷମା, ଘଣ୍ଟା ଓ ହୀରା। ତେବେ ସୁନା ହାର ସହ ଅନ୍ୟ ସୁନା ଅଳଙ୍କାର ବି ଜବତ କରିଛି ଭିଜିଲାନ୍ସ । ଅନେକ ଦିନ ଧରି ବାବୁ ଜଣକ ଭିଜିଲାନ୍ସ ସ୍କାନରରେ ଥିଲେ ।