ରାଇରଙ୍ଗପୁର/ବିଜାତଳା: ମୟୂରଭଂଜ ଜିଲ୍ଲା ଗୋରୁମହିଷାଣି-ବାଙ୍ଗିରିପୋଷି ପର୍ଯ୍ୟନ୍ତ ରେଳ ସମ୍ପ୍ରସାରଣରେ ଜମି ଅଧିଗ୍ରହଣକୁ ନେଇ ବିଶୋଇ ତହସିଲ ଅଧିନସ୍ଥ ଲୁହାକାନୀ ଗ୍ରାମରେ ଗୁରୁବାର ଏକ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସଲମା ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗ୍ରାମସଭାରେ ରେଳବାଇ ପ୍ରକଳ୍ପ ନିର୍ଦେଶକ ରାମଚନ୍ଦ୍ର ଜେନା, ଯନ୍ତ୍ରୀ ସ୍ପନ୍ଦନ କୁମାର ସେଠୀ, କୌଣସି ବ୍ୟକ୍ତିଙ୍କ ଘର କିମ୍ଵା ଜମି ଏହି ରେଳପଥ ନିର୍ମାଣ ପାଇଁ ବିନିଯୋଗ ହେଲେ ସରକାରଙ୍କର ନିୟମ ଅନୁଯାୟୀ ଜମିର ଅନୁକମ୍ପାରାଶି ପ୍ରଦାନ କରାଯିବା ସହିତ ରେଳବିଭାଗ ଜମି ଅକ୍ତିଆର କରିବା ପର୍ଯ୍ୟନ୍ତ ଉକ୍ତ ଅର୍ଥରାଶିର ସୁଧ ପ୍ରଦାନ କରାଯିବ ଯଦି କୌଣସି ବ୍ୟକ୍ତିଙ୍କ ଯଦି ସମସ୍ତ ଜମି ରେଳ ବିଭାଗ ନେଇଯାଏ ତାହାଲେ ସେହି ବ୍ୟକ୍ତିଙ୍କୁ ଘର ତିଆରି କରିବା ପାଇଁ ସରକାରଙ୍କ ପକ୍ଷରୁ ଜମି ଯୋଗାଇ ଦିଆଯିବବୋଲି ସୂଚନା ପ୍ରଦାନ କରିଥିଲେ।
ଏହି ନୂତନ ରେଳପଥ ନିର୍ମାଣ ପାଇଁ ବିଶୋଇ ତହସିଲର ୨୧ ଗ୍ରାମର ଜନସାଧାରଣଙ୍କ ଜମି ଅଧିଗ୍ରହଣ କରାଯିବ ବୋଲି ଜାଣିବାକୁ ମିଳିଛି। ବୈଠକରେ ଜମି ଅଧିଗ୍ରହଣକୁ ନେଇ ବିଷଦ ଭାବେ ଆଲୋଚନା ପରେ ଗ୍ରାମବାସୀ ନୂତନ ରେଳପଥ ପ୍ରକଳ୍ପକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରିଥିଲେ।
ତେବେ ବିଶୋଇ ପାଟପୁର ପରିସୀମା ଭିତରେ ମଧସ୍ଥଳୀରେ ରେଳ ଷ୍ଟେସନ ନିର୍ମାଣ କରିବାକୁ ଲୁହାକାନୀ ପଞ୍ଚାୟତର ଗ୍ରାମର ଗ୍ରାମବାସୀ ଦାବି ଉପସ୍ଥାପନ କରିଥିଲେ। ଉକ୍ତ ବୈଠକରେ ବ୍ଲକ ନୋଡାଲ ଅଧିକାରୀ କିର୍ଷ୍ଣା କଛ୍ଛପ,ପଞ୍ଚାୟତ ନିର୍ବାହୀ ଅଧିକାରି ରବୀନ୍ଦ୍ର ନାଥ ସିଂ, ନାଏବ ସରପଞ୍ଚ ଜଗମୋହନ ନାଏକ, ଓ୍ଵାଡ୍ ମେମ୍ବର ଭୁବନ ବେହେରା, ଅନୁରାଧା ମଣ୍ଡଳ,ଗ୍ରାମ ମୁଖ୍ୟ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
Indian Railways | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/22/1001588736-2025-08-22-21-41-47.jpg)