ରାୟଗଡ଼ା: ରାୟଗଡ଼ା ଜିଲ୍ଳାପାଳ ଆଶୁତୋଷ କୁଲକୁର୍ଣିଙ୍କ କଲ୍ୟାଣସିଂହପୁର ବ୍ଲକ ଗସ୍ତ ସମୟରେ ରାସ୍ତାରେ ସ୍ଥାନୀୟ ଗ୍ରାମବାସୀ ଗଛକାଟି ପକାଇ ଜିଲ୍ଲାପାଳଙ୍କ ରାସ୍ତା ଅବରୋଧ କରିଥିଛନ୍ତି। କଲ୍ୟାଣସିଂପୁର ବ୍ଲକ ପରିଦର୍ଶନରେ ଯାଇଥିବା ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅନ୍ୟ ସରକାରୀ କର୍ମଚାରୀଙ୍କୁ କଲ୍ୟାଣସିଂହପୁର ସଦର ନିକଟସ୍ଥ ଘାଗୁଡ଼ିମାଳର ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିଲେ।
ନିଜ ଗ୍ରାମ ପାଇଁ ରାସ୍ତା ନିର୍ମାଣ କରିବା ପାଇଁ ପୂର୍ବରୁ ବହୁ ଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅନେକ ଥର ସମସ୍ୟା ସଂପର୍କରେ ଅବଗତ କରିଥିଲେ ମଧ୍ୟ ଗ୍ରାମ ପାଇଁ ରାସ୍ତା ତିଆରି ହେଇ ପାରି ନାହିଁl ବିଭିନ୍ନ ସମୟରେ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧା ସମ୍ମୁଖିନ ହେଉଥିବାରୁ ରାସ୍ତା ପାଇଁ ଗ୍ରାମବାସୀଙ୍କ ଦାବି କେହି ଶୁଣୁନଥିବାରୁ ଗ୍ରାମବାସୀମାନେ ଅତିଷ୍ଠ ହୋଇ ଘାଗୁଡ଼ିମାଳ ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ ମଧ୍ୟ କିରିଥିଲେl
ଆଜି ଜିଲ୍ଲାପାଳଙ୍କୁ ନିଜ ଅସୁବିଧା ଜଣେଇବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଗ୍ରସ୍ତ ପୂର୍ବ ପ୍ରସ୍ତୁତି ଅନୁସାରେ ଗ୍ରାମବାସୀମାନେ ରାସ୍ତାରେ ଗଛ କାଟି ପକେଇ ଜିଲ୍ଲାପାଳଙ୍କ ରାସ୍ତା ଅବରୋଧ କରି ସମସ୍ୟା ସଂପର୍କରେ କହିଥିଲେl ସରକାରଙ୍କ ଯୋଜନାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଗ୍ରାମବାସୀ ରାସ୍ତା ଅବରୋଧ ହଟାଇଥିଲେl
ଘାଗୁଡ଼ିମାଳ ଗ୍ରାମରେ ପ୍ରାୟ ୧୦୦ ବ୍ୟକ୍ତି ବିଶେଷ ବସବାସ କରୁଥିବା ବେଳେ ରାସ୍ତା ନଥିବା ଯୋଗୁଁ ପୂର୍ବରୁ ଆମ୍ବୁଲାନ୍ସ ମଧ୍ୟ ଗ୍ରାମକୁ ପହଞ୍ଚି ନପାରି ରୋଗୀ ସେବା ବାଧାପ୍ରାପ୍ତ ହେଉଥିଲାl ୩ କିଲୋମିଟର ବିଶିଷ୍ଠ ଏହି ରାସ୍ତା ନିର୍ମାଣ ହୋଇ ପାରିଲେ ଘାଗୁଡ଼ିମାଳ ଗ୍ରାମ ସହ କଲ୍ୟାଣସିଂହପୁର ବ୍ଲକ ସଂଯୋଗ ହୋଇ ପାରିବl
ସୂଚନାଯୋଗ୍ୟ, ଆଜି ଜିଲ୍ଲାପାଳ ଶ୍ରୀ କୁଲକର୍ଣି କଲ୍ୟାଣସିଂହପୁର ବ୍ଲକ ଅଧିନରେ ରହିଥିବା ନିୟମଗିରି ପାହାଡ଼ର କିଛି ଗ୍ରାମକୁ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ସରକାରଙ୍କ ପିଏ ଜନମନ ଯୋଜନାରେ ଚାଲୁଥବା ବିଭିନ୍ନ ପ୍ରକଳ୍ପ ସଂପର୍କରେ ପିଭିଟିଜି ଡଙ୍ଗରିଆ କନ୍ଧଙ୍କ ସହ ଆଲୋଚନା କରିଥିଲେ। ଖୁବ ଶୀଘ୍ର ଡଙ୍ଗରିଆ କନ୍ଧ ସାମ୍ନା କରୁଥିବା ଗମନାଗମନ, ପାନୀୟଜଳ ଓ ସ୍ବାସ୍ଥ୍ୟ ସମସ୍ୟାକୁ ସମାଧାନ କରିବେ ବୋଲି ଶ୍ରୀ କୁଲକୁଣ୍ଣି ପ୍ରତିଶ୍ରୁତି ଦେଇଥିଲେ।
Rayagada