ସୁନ୍ଦରଗଡ଼: ସୁନ୍ଦରଗଡ଼ଜିଲ୍ଲା ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ ଓ ଆସପଣ୍ଡକୁ ବନ୍ଦ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ବିସ୍ଥାପନ ଦାବୀ ନେଇ ଅନେକ ଦିନ ଧରି ଆନ୍ଦୋଳନ କରୁଥିଲେ ବି ପ୍ରଶାସନ ଓ ସରକାର ଦାବୀ ନଶୁଣିବାରୁ ଆଜି ପ୍ଲାଣ୍ଟ ଓ ଆସପଣ୍ଡ ପରିବହନକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରିଛନ୍ତି ବରୋବଗା ଓ ଆଳୁପଡ଼ାବାସୀ।ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଦର୍ଲିପାଲ ତାପଜ ବିଦ୍ୟୁତ ପ୍ରକଳ୍ପ ନିକଟ ବରୋବଗା ଓ ଆଳୁପଡ଼ାର ପ୍ରାୟ ୭୦ ଭାଗ ଚାଷ ଜମି ଏନଟିପିସି ଅଧିଗ୍ରହଣ କରିସାରିଛି। କିନ୍ତୁ ଘରବାରି ବା ଗାଁରୁ ଲୋକଙ୍କୁ ସମ୍ପୂର୍ଣ୍ଣ ବିସ୍ଥାପିତ ନକରି ଗାଁ ନିକଟରେ ପାଉଁଶ ପୋଖରୀ ନିର୍ମାଣ କରୁଛି। ବିକିରଣ ଓ ପାଉଁଶ ପୋଖରୀ ପ୍ରଦୂଷଣ ଯୋଗୁଁ ଜମିରେ ଚାଷ ହେଉ ନଥିବାବେଳେ ଶ୍ବାସ, ହୃତପିଣ୍ଡ, ବୃକକ୍ଜନିତ ରୋଗ ସହ ଭାରୀଯାନ ଦୁର୍ଘଟଣାରେ ଲୋକେ ତ୍ରାହିତ୍ରାହି ଡାକିଲେଣି। ବିଶେଷ କରି ପ୍ରଭାବିତ ଗାଁକୁ ବିସ୍ଥାପିତ ନକରି ପାଖରେ ବେଆଇନ ଭାବେ ଏନଟିପିସି ପାଉଁଶ ପୋଖରୀ ନିର୍ମାଣ କରୁଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ମାସେ ତଳେ ଏହାକୁ ନେଇ ପ୍ରବାସୀ ଭାରତୀୟ ବିସ୍ମୟ ପ୍ରକାଶ କରିବା ସହ ସୁନ୍ଦରଗଡ଼ ଜିଲ୍ଲାରେ ବିସ୍ଥାପିତ ବା ବିସ୍ଥାପନ ସମସ୍ୟା ଜନବିରୋଧୀ ହୋଇଥିବାରୁ ଏହା ଉପରେ ସଠିକ କାମ ହେବାର ଆବଶ୍ୟକତା ରହିଛି ବୋଲି ଭାରତ ସରକାରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ।
ସୂଚନା ଅନୁଯାୟୀ, ଦର୍ଲିପାଲ ତାପଜ ବିଦ୍ୟୁତ ପ୍ରକଳ୍ପ ନିକଟ ବରୋବଗା ଓ ଆଳୁପଡ଼ାର ପ୍ରାୟ ୭୦ ଭାଗ ଚାଷ ଜମି ଏନଟିପିସି ଅଧିଗ୍ରହଣ କରିସାରିଛି। କିନ୍ତୁ ଘରବାରି ବା ଗାଁରୁ ଲୋକଙ୍କୁ ସମ୍ପୂର୍ଣ୍ଣ ବିସ୍ଥାପିତ ନକରି ଗାଁ ନିକଟରେ ପାଉଁଶ ପୋଖରୀ ନିର୍ମାଣ କରୁଛି। ବିକିରଣ ଓ ପାଉଁଶ ପୋଖରୀ ପ୍ରଦୂଷଣ ଯୋଗୁଁ ଜମିରେ ଚାଷ ହେଉ ନଥିବାବେଳେ ଶ୍ବାସ, ହୃତପିଣ୍ଡ, ବୃକକ୍ଜନିତ ରୋଗ ସହ ଭାରୀଯାନ ଦୁର୍ଘଟଣାରେ ଲୋକେ ତ୍ରାହିତ୍ରାହି ଡାକିଲେଣି। ବିଶେଷ କରି ପ୍ରଭାବିତ ଗାଁକୁ ବିସ୍ଥାପିତ ନକରି ପାଖରେ ବେଆଇନ ଭାବେ ଏନଟିପିସି ପାଉଁଶ ପୋଖରୀ ନିର୍ମାଣ କରୁଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ମାସେ ତଳେ ଏହାକୁ ନେଇ ପ୍ରବାସୀ ଭାରତୀୟ ବିସ୍ମୟ ପ୍ରକାଶ କରିବା ସହ ସୁନ୍ଦରଗଡ଼ ଜିଲ୍ଲାରେ ବିସ୍ଥାପିତ ବା ବିସ୍ଥାପନ ସମସ୍ୟା ଜନବିରୋଧୀ ହୋଇଥିବାରୁ ଏହା ଉପରେ ସଠିକ କାମ ହେବାର ଆବଶ୍ୟକତା ରହିଛି ବୋଲି ଭାରତ ସରକାରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ।
ଦର୍ଲିପାଲ ଏନଟିପିସି ତାପଜ ବିଦ୍ୟୁତ ପ୍ରକଳ୍ପ ନିକଟ ବରୋବଗା ଓ ଆଳୁପଡ଼ା ଲୋକଙ୍କୁ ସମ୍ପୂର୍ଣ୍ଣ ବିସ୍ଥାପିତ ନକରି ଗାଁ ନିକଟରେ ସମସ୍ତ ନୀତିନିୟମକୁ ଉଲ୍ଲଂଘନ ପୂର୍ବକ ପ୍ରାୟ ୪ ଶହ ଏକର ଜମିରେ ପାଉଁଶ ପୋଖରୀ ନିର୍ମାଣ କରୁଥିବା ଅଭିଯୋଗ ହୋଇଥିଲା। ଗୋଟିଏ ପଟେ ତାପଜ ବିଦ୍ୟୁତ ପ୍ରକଳ୍ପର ବିକିରଣ ଓ ଅନ୍ୟପଟେ ପାଉଁଶ ଧୂଳିଧୂଆଁରେ ଗ୍ରାମବାସୀ ଛଟପଟ ହେଉଥିବା ପ୍ରକାଶ ପାଇଥିଲା।
ଏହି ପରିପ୍ରେକ୍ଷୀରେ ୧୩ ତାରିଖ ସୋମବାର ଦିଲ୍ଲୀରୁ କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ (ସେଣ୍ଟ୍ରାଲ ଇଲେକ୍ଟ୍ରିକାଲ ଅଥୋରିଟି)ଙ୍କ ଏକ ଟିମ୍ ଦର୍ଲିପାଲି ଆସି ପାଉଁଶ ପୋଖରୀ, ତାପଜ ବିଦ୍ୟୁତ ପ୍ରକଳ୍ପ ପରିଦର୍ଶନ କରିବା ସହ ସ୍ଥିତି ପରଖିଥିଲେ। ଏନଟିପିସି ୪ ୟୁନିଟରେ ୩୨ଶହ ଉଚ୍ଚ କ୍ଷମତା ଶକ୍ତିର ତାପଜ ବିଦ୍ୟୁତ ଉତ୍ପାଦନ ଓ ପାଉଁଶ ପୋଖରୀ କରିବାକୁ ଥିବା ବେଳେ ତା’ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ନକରି ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିବା ସେ ଅଭିଯୋଗ କରିଥିଲେ। ତେଣୁ ତୁରନ୍ତ ଜମି ଅଧିଗ୍ରହଣ କରି ଦୁଇ ଗାଁ ଲୋକଙ୍କୁ ବିସ୍ଥାପିତ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରୀୟ ଟିମକୁ ଅନୁରୋଧ କରିଥିଲେ। କମ୍ପାନିର ସାମାଜିକ ଦାୟିତ୍ବବୋଧ ପାଣ୍ଠି ବିନିଯୋଗରେ ପାରିଦର୍ଶିତ। ଓ ଗୁଣାତ୍ମକ କାର୍ଯ୍ୟକ୍ରମ ଥିଲେ ମଧ୍ୟ ଯେଉଁମାନେ ରାଷ୍ଟ୍ର ହିତରେ ନିଜ ଭିଟାମାଟି ସହ ସବୁ କିଛି ତ୍ୟାଗ କରିଛନ୍ତି ସେମାନଙ୍କୁ ପ୍ରତି ନ୍ୟାୟ କେବେ ମିଳିବ ବୋଲି ପ୍ରଶ୍ନ ହୋଇଥିଲା। ଟିମ୍ ସବୁ ଶୁଣିବା ପରେ ଲୋକଙ୍କ ଅଭିଯୋଗ ଓ ନିରୀକ୍ଷଣ ରିପୋର୍ଟ ସରକାରଙ୍କୁ ଦିଆଯିବ ବୋଲି କହିଥିଲେ। ବାରମ୍ବାର ଦାବି, ଆନ୍ଦୋଳନ ପରେ ବି ପ୍ରଶାସନ ଓ କମ୍ପାନି କିଛି ଶୁଣୁ ନଥିବାରୁ ଆଜି ଏନଟିପିସି ଦର୍ଲିପାଲି କାରଖାନା ଆଗରେ ପ୍ରଭାବିତ ଧାରଣା ଦେଇଛନ୍ତି। ବିଧାୟକ ଯୋଗେଶ କୁମାର ସିଂ ଓ ଯୁବନେତା ହିମାଂଶୁ ଶେଖର ଷଡ଼ଙ୍ଗୀ ପହଞ୍ଚି ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଉପଜିଲ୍ଲାପାଳ ଦାଶରଥି ସରାବୁ ଆନ୍ଦୋଳନସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/10/5GwoiEE05YTyzKGvra5E.jpg)