ମାଲକାନଗିରି: କେନ୍ଦ୍ର ଓ ରାଜ୍ୟ ସରକାର ବୃହତ୍‌ ଯୋଜନା ମାଧ୍ୟମରେ ମାଓବାଦୀଙ୍କ ମୂଳୋତ୍ପାନଟ ପାଇଁ ଯୋଜନା କରୁଛନ୍ତି। କିନ୍ତୁ ମାଓବାଦୀମାନେ ମଝିରେ ମଝିରେ ରକ୍ତପାତ କରୁଛନ୍ତି। ସୁଯୋଗ ପାଇଲେ ପ୍ରଜାକୋର୍ଟ କରି ନୀରିହ ଗ୍ରାମବାସୀଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ମାଓବାଦୀମାନେ ଏଠାରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। 

Advertisment

ମାଓବାଦୀମାନେ ପେରମପଲ୍ଲୀ ଗ୍ରାମର ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ପେରମପଲ୍ଲୀ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର କାବାସି ହୁଙ୍ଗା ନାମକ ବ୍ୟକ୍ତିକୁ ଖୋଜିଥିଲେ। ଘର ପାଇବା ପରେ ଘରୁ କାବାସି ହୁଙ୍ଗାକୁ ଟାଣିଟାଣି ଜଂଗଲ ଭିତରକୁ ନେଇ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ପରେ ଗ୍ରାମବାସୀ ଜଂଗଲରୁ କାବାସି ହୁଙ୍ଗାଙ୍କ ମୃତଦେହ ଉଦ୍ଧାର କରି ପୁଲିସକୁ ସୂଚନା ପ୍ରଦାନ କରିଥିଲେ। 

କାବାସୀ ହୁଙ୍ଗାକୁ ନକ୍ସଲ ପୁଲିସ ଇନଫର୍ମର କହି ତାଙ୍କୁ ଅପହରଣ କରିନେଇ ଜଂଗଲରେ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରିବା ପରେ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ଶବକୁ ଜଂଗଲ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ଦୁର୍ଗମ ଗ୍ରାମବାସୀ ଏବେ ଭୟ ଓ ଆତଙ୍କରେ ରହିଛନ୍ତି।

 

କାବାସି ହୁଙ୍ଗାଙ୍କୁ ନକ୍ସଲମାନେ ପୁଲିସ ଇନଫର୍ମର କହି ଅପହରଣ କରିନେଇ ଜଂଗଲରେ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରିବା ପରେ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ମୃତଦେହକୁ ଜଂଗଲ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ଦୁର୍ଗମ ଗ୍ରାମବାସୀ ଏବେ ଭୟ ଓ ଆତଙ୍କରେ ରହିଛନ୍ତି। ପୁଲିସର ଘନଘନ ଚଢ଼ାଉ ସହ ବଡ଼ବଡ଼ ଏନକାଉଣ୍ଟରରେ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଛି। ତେଣୁ ମାଓବାଦୀ ଏବେ ହିଂସାତ୍ମକ ହୋଇପଡ଼ିଛନ୍ତି। ସୁଯୋଗ ପାଇଲେ ଦୁର୍ଗମ ଗ୍ରାମକୁ ଆସି ପୁଲିସ ସୂଚନାଦାତାଙ୍କୁ ଖୋଜିଖୋଜି ମାଡ଼ ମାରିବା ସହ ହତ୍ୟା କରୁଛନ୍ତି। ଖବର ପାଇ ପୁଲିସ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

 maoists | Malkangiri