କାଶୀନଗର: ବିଦ୍ୟାଳୟର ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀ ତାତିଛନ୍ତି। ଗାଁଲୋକେ ତଥା ଅଭିଭାବକମାନେ ଆଜି ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି, ଯେଉଁଥି ପାଇଁ ପାଠ ପଢ଼ାରେ ବାଧା ଉପୁଜିଛି। ଗଜପତିଜିଲ୍ଲା କାଶୀନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଅଲଡ଼ା ପଞ୍ଚାୟତର ଡ଼ିଡ଼ିଙ୍ଗଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏହି ପରିସ୍ଥିତି ଉପୁଜିଛି।
ଡ଼ିଡ଼ିଙ୍ଗଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇବା ପାଇଁ ଅଧିକ ଶିକ୍ଷକଙ୍କ ଆବଶ୍ୟକତାକୁ ସରକାର ପୂରଣ ନ କରିବାରୁ ଆଜି ଅଭିଭାବକ ଓ ଗ୍ରାମବାସୀ ମିଶି ବିଦ୍ୟାଳୟ ଗେଟ୍ରେ ତାଲା ପକାଇ ବିଦ୍ୟାଳୟକୁ ବନ୍ଦ କରିଦେଇଛନ୍ତି। ଯାହା ଦ୍ୱାରା ପଢ଼ୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବାହାରେ ଦଣ୍ଡାୟମାନ ହୋଇ ରହିଥିବା ଦୃଷ୍ଟିକୁ ଆସିଥିଲା।
ଏହି ବିଦ୍ୟାଳୟରେ ବାଲ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ନଅଟି ଶ୍ରେଣୀ କକ୍ଷରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ପିଲା ପଢୁଚନ୍ତି। ପର୍ବରୁ ପାଞ୍ଚ ଜଣ ଶିକ୍ଷକ ଏହି ବିଦ୍ୟାଳୟରେ ପଢ଼ାଉଥିଲେ। ଗତ କିଛି ମାସ ହେଲା ସେମାନଙ୍କ ମଧ୍ୟରୁ ଶିକ୍ଷକ ଦେବ ବାଜବନ୍ଧୁଙ୍କୁ ଡେପୁଟେସନରେ ଅନ୍ୟ ବିଦ୍ୟାଳୟକୁ ପଠେଇ ଦେବାରୁ ପାଠ ପଢ଼ାରେ ବ୍ୟାଘାତ ଆସୁଛି ବୋଲି କହୁଛନ୍ତି।
ଗ୍ରାମବାସୀଙ୍କ ଦାବି ହେଲା ଯେଉଁଠି କମ ପିଲା ଓ ଅଧିକ ଶିକ୍ଷକ ରହୁଛନ୍ତି। ସେଠାରୁ ଶିକ୍ଷକ ପଠାଇ ଏ ସମସ୍ୟାର ସମାଧାନ କରାଯାଉ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜେ.ନର୍ମଦା ଦାଶଙ୍କୁ ଯୋଗାଯୋଗ କରିବାରୁ ସେଠାକାର ଗ୍ରାମବାସୀ ଓ ଶିକ୍ଷକମାନେ ଶିକ୍ଷକ ଆବଶ୍ୟକ ରହିଥିବା ଦାବିପତ୍ର ବିଇଓ ଏବଂ ଡିଇଓଙ୍କୁ ପ୍ରାଦନ କରିଥିଲେ। କିନ୍ତୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ରେସନାଲାଇଜେସନ ପ୍ରକ୍ରିୟା ହୋଇ ନ ଥିବାରୁ ଏ ସମସ୍ୟା ହେଉଛି ବୋଲି ମତ ବ୍ୟକ୍ତ କରିଥିଲେ।
ରିପୋର୍ଟ: ଆନନ୍ଦ ପାତ୍ର
Gajapati
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/02/kashinagar-school-2025-09-02-16-11-21.jpg)