ମାଲକାନଗିରି: କୋରକୋଣ୍ଡା ବ୍ଲକରେ ବଙ୍ଗୀୟ ଗ୍ରାମଗୁଡିକ ଉପରେ ଆଦିବାସୀ ଗାଁର ଲୋକେ ଚଢାଉ କରି ଗାଁ ଛାଡି ଚାଲିଯିବାକୁ ଧମକ ଦେବା ସହ ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ମିଳିବା ପରେ ବଙ୍ଗୀୟ ଗ୍ରାମବାସୀ କୋରକୋଣ୍ଡା ଥାନା ଘେରାଉ କରି ନ୍ୟାୟ ଭିକ୍ଷା ମାଗିଛନ୍ତି। କୋରକୋଣ୍ଡା ପୁଲିସ ଏନେଇ ଦୁଇ ପକ୍ଷଙ୍କୁ ଡାକି ଆପୋଷ ଆଲୋଚନା କରିଥିବା ଜଣାପଡିଛି। ଘଟଣା ଅନୁଯାୟୀ କାମଵେଡା ଓ ପୁରୁଣା ଚିମଟାପାଲୀ ପଞ୍ଚାୟତର ଏମଭି-୨୮, ଏମଭି-୨୯, ଏମଭି-୩୦, ଏମଭି-୪୯, ଏମଭି-୫୦ ଗ୍ରାମର ଲୋକମାନଙ୍କୁ ନିକଟସ୍ଥ ଗ୍ରାମ କାମବେଡା, ମାର୍କେଲଗୁଡା, କୁସ୍ତାଗୁଡା, ମୁଣ୍ଡିଗୁଡା, ତେନ୍ତୁଳିଗୁଡାର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଲୋକ ଗତ ୨୦ ତାରିଖ ଦିନ ଉପରୋକ୍ତ ବଙ୍ଗୀୟ ଗ୍ରାମଗୁଡିକକୁ ଆସି ତୁରନ୍ତ ଜାଗା, ଘର ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ଧମକ ଦେଇଥିଲେ।
ଏନେଇ ୫ଟି ଗ୍ରାମର ବଙ୍ଗୀୟ ଗ୍ରାମବାସୀମାନେ କୋରକୋଣ୍ଡା ଥାନା ଘେରାଉ କରି ନ୍ୟାୟ ପାଇଁ ଦାବି କରିଛନ୍ତି। ଏପରିକି ଉକ୍ତ ଆଦିବାସୀ ଗାଁର କିଛି ଲୋକମାନଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି। ଏହି ଲୋକମାନେ ହିଁ ଗାଁରେ ପଶି ଦିନ ତମାମ ସମସ୍ତ ବଙ୍ଗୀୟ ପରିବାର ଲୋକଙ୍କୁ ଭୟଭିତ କରାଇବା ସହ ବୁଲଡଜର ଆଣି ଘର ଭାଙ୍ଗିବା ପାଇଁ ଧମକ ଦେବାରୁ ସମସ୍ତେ ଆତଙ୍କିତ ହୋଇଥିବା ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ ଆଦିବାସୀ ଗାଁର ଲୋକମାନେ ଜବରଦସ୍ତ ଘରେ ପଶି ଜମି ଜମା ସଂକ୍ରାନ୍ତ ସମସ୍ତ କାଗଜ ପତ୍ର ନେଇଯାଇଥିବା ମଧ୍ୟ ଅଭିଯୋଗ କରାଯାଇଛି।
ଆସନ୍ତା ୨ ମାସ ମଧ୍ୟରେ ଜାଗା ଖାଲି କରିବାକୁ ଧମକ ଦିଆଯାଇଥିବା ନେଇ ମଧ୍ୟ ପୁଲିସ ନିକଟରେ ଅଭିଯୋଗ କରାଯାଇଛି। ଏପରିକି ଆଜି ମଧ୍ୟ ସକାରେ ଏମଭି-୪୯ ଗାଁରେ ପଶି କିଛି ଲୋକ ସଂଜୟ ଦେବଙ୍କ ଘରେ ପଶି ଧମକାଉଥିବା ଅଭିଯୋଗ କରାଯାଇଛି। ତେବେ ଏନେଇ ପୁଲିସ ଦୁଇ ପକ୍ଷଙ୍କୁ ଥାନାକୁ ଡାକି ଆପୋଷ ଆଲୋଚନା କରିଥିବା ନେଇ ଆଇଆଇସି ହିମାଂସୁ ବାରିକ ପ୍ରକାଶ କରିଛନ୍ତି। ଆଗକୁ ଯେମିତି ଚାପା ଉତ୍ତେଜନା ନହେବ ସେନେଇ ପୁଲିସ ତରଫରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ଜଣାପଡିଛି।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/22/NwAzrsjcScyTYceheh56.jpg)