ରାଇରଙ୍ଗପୁର: ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ୨୦୨୨ ଅଗଷ୍ଟ ୩୧ରେ ସ୍ୱାୟତ୍ତ ଶାସନ ଦିବସରେ ରାଇରଙ୍ଗପୁର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ସେଥି ମଧ୍ୟରୁ ଅସହାୟମାନଙ୍କ ନିମନ୍ତେ ରାଇରଙ୍ଗପୁରସ୍ଥିତ ୬ ନଂ ୱାର୍ଡରେ ବାସହୀନମାନଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ମଧ୍ୟ ସାମିଲ ଥିଲା। ତେବେ ଆଶ୍ରୟସ୍ଥଳୀ ଉଦ୍ଘାଟନ ହେବାର ପ୍ରାୟ ୧୦ ମାସ ପର୍ଯ୍ୟନ୍ତ
ଗୃହରେ ତାଲା ଝୁଲୁଥିଲା। ଫଳରେ ଅସହାୟମାନେ ସହରର ବିଭିନ୍ନ ସ୍ଥାନର ଦୋକାନ ଛପର ତଳ, ଗଛ ମୂଳ, ଯାତ୍ରୀ ପ୍ରତିକ୍ଷାଳୟରେ ଶୀତ କାକର, ଖରା, ବର୍ଷାରେ ରହି ଜୀବନ ବିତାଉଥିଲେ। ସେହି ସମୟରେ କିଛି ଅସହାୟଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା।
ଏନେଇ ଦୈନିକ ‘ସମ୍ବାଦ’ରେ ‘ରାଇରଙ୍ଗପୁରରେ ଆଶ୍ରୟ ଗୃହ କାହା ଉଦ୍ଦେଶ୍ୟରେ’ ଖବର ପ୍ରକାଶ ହେବା ପରେ ପୌରପରିଷଦ ତତପରତା ଦେଖାଇ ଆଶ୍ରୟସ୍ଥଳୀରେ ବିଦୁ୍ୟତ୍ ସଂଯୋଗ, ପାଣି ସଂଯୋଗ ସମେତ ୫୦ଟି ଶଯ୍ୟାର ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ ଉକ୍ତ ଆଶ୍ରୟସ୍ଥଳୀରେ ସୁରକ୍ଷାକର୍ମୀ ସମେତ ୮ ଜଣ ପୁରୁଷ ଓ ମହିଳା କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଉକ୍ତ ଆଶ୍ରୟସ୍ଥଳରେ ଅସହାୟ ବୃଦ୍ଧବୃଦ୍ଧା ରହି ଆସୁଥିଲେ। ତେବେ ସେ ସମ୍ବନ୍ଧରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଉକ୍ତ ଆଶ୍ରୟସ୍ଥଳୀ ଖୋଲା ଯାଇଥିବାରୁ ସମ୍ବାଦକୁ ଅସହାୟମାନେ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ କୌଣସି ସ୍ଥାନରେ କେହି ଅସହାୟ ଅବସ୍ଥାରେ ରହୁଥିଲେ ତାଙ୍କୁ ଆଶ୍ରୟସ୍ଥଳରେ ଛାଡିବାକୁ ଅନୁରୋଧ ମଧ୍ୟ କରିଥିଲେ।
କିନ୍ତୁ ଦୁଇ ବର୍ଷ ପରେ ସେଥିରେ ବ୍ୟତିକ୍ରମ ଦେଖାଦେଇଛି। କିଛି ମାସ ହେଲା ଆଶ୍ରୟ ଗୃହରେ ବୃଦ୍ଧବୃଦ୍ଧାଙ୍କ ବଦଳରେ କିଛି ସରକାରୀ କର୍ମଚାରୀ, ଠିକାଦାର, ବସ୍ ଓ ଟ୍ରକ୍ ଚାଳକ, ହେଲପର ସମେତ କିଛି ବ୍ୟବସାୟୀମାନେ ମାସ ମାସ ଧରି ସେଠାରେ ରହି ଆସୁଛନ୍ତି। ଏପରିକି କିଛି ବ୍ୟକ୍ତି ଅଧ ରାତିରେ ମଧ୍ୟ ଆସି ରେଜିଷ୍ଟରରେ ଦସ୍ତଖତ କରି ରହି ଆସୁଥିବା ଦେଖିବାକୁ ମିଳିଛି।
ଗତ ଶୁକ୍ରବାର ରାଇରଙ୍ଗପୁର ଅଞ୍ଚଳର କିଛି ଯୁବକ ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଆଶ୍ରୟ ଗୃହକୁ ଛାଡ଼ିବାକୁ ଯାଇଥିଲେ। ସେହି ସମୟରେ ଦେଖିବାକୁ ପାଇଲେ ଯେ ଅନ୍ୟ ଏକ ଅସହାୟ ବୃଦ୍ଧା ଗୃହ ପରିବର୍ତ୍ତେ ବାରଣ୍ଡାରେ ଶୋଇଥିଲେ ଏବଂ ଆଶ୍ରୟ ଗୃହରେ ୩/୪ ଜଣ ଥିଲା ବାଲା ଘରର ବ୍ୟକ୍ତି (ଠିକାଦାର,ସରକାରୀ କର୍ମଚାରୀ) ବ୍ୟକ୍ତି ଭିତରେ ଆରାମରେ ମୋବାଇଲ୍ ଧରି ଟାଇମପାସ୍ କରି ଗଢିଥିଲେ। ବୃଦ୍ଧାଙ୍କୁ ଉଦ୍ଧାର କରିଥିବା ଯୁବକମାନେ ସେମାନେ କିଏ ବୋଲି ଅସହାୟ ଗୃହର ଉପସ୍ଥିତ ଥିବା କର୍ମଚାରୀଙ୍କୁ ପଚାରିବାରୁ ସେମାନେ ନିରୁତ୍ତର ରହିଥିଲେ।
ପରବର୍ତ୍ତୀ ସମୟରେ ରେଜିଷ୍ଟର ଯାଞ୍ଚ କରିବାରୁ କିଛି ବ୍ୟକ୍ତି ବହୁଦିନ ଧରି ଲୋଜ ଭଳିଆ ରହି ଆସୁଥିବା ଜଣାପଡିଥିଲା। ରହିବା ନିମନ୍ତେ ଭଡ଼ା ଆକାରରେ କିଛି ଟଙ୍କା ମଧ୍ୟ ଦେଉଥିବା ନେଇ ପ୍ରକାଶ କରିଥିଲେ ଏବଂ ସମସ୍ତ ବ୍ୟକ୍ତି ସେଠାରୁ ବ୍ୟାଗ୍ ବସ୍ତାନି ଧରି ଚମ୍ପଟ୍ ମାରିଥିଲେ। ତେବେ ଅସହାୟଙ୍କୁ ଚଟାଣରେ ଶୁଆଇ ଭିତରେ କେମିତି ଥିଲାବାଲା ଲୋକଙ୍କୁ ରଖାଯାଉଥିବା ନେଇ ପ୍ରଶ୍ନ ଉଠୁଛି ଏବଂ କାହା ନିର୍ଦ୍ଦେଶରେ ବାସହିନଙ୍କ ବଦଳରେ ଟଙ୍କାନେଇ ସେଠାରେ ଲଜ୍ ଭଳି ରଖାଯାଇଥିଲା ?
ଏନେଇ ରାଇରଙ୍ଗପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶକୁନ୍ତଳା ହାଁସଦାଙ୍କୁ ଯୋଗାଯୋଗ କରିବାରୁ ଆଶ୍ରୟ କେନ୍ଦ୍ରରେ କେବଳ ଅସହାୟ ବୃଦ୍ଧବୃଦ୍ଧା କିମ୍ବା ଯେଉଁମାନେ ପୌରପରିଷଦ ଅଞ୍ଚଳରେ ଏଣେ ତେଣେ ରାତିରେ ରହୁଥିବା ବାସହିନଙ୍କ ନିମନ୍ତେ ତାହା ଉଦ୍ଧିଷ୍ଟ ବୋଲି କହିଥିଲେ। ଅନ୍ୟ କୌଣସି ବ୍ୟକ୍ତି ସେଠାରେ ରହିବାର ନିୟମ ନାହିଁ। ଯଦି ସେଠାରେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଭଡ଼ା ଟଙ୍କା ନେଇ ରଖାଯାଉଛି। ତାହେଲେ ସିସି କ୍ୟାମେରା ଓ ରେଜିଷ୍ଟର ଯାଞ୍ଚ କରିବା ପରେ ଆଶ୍ରୟ କେନ୍ଦ୍ର ଦାୟିତ୍ବରେ ଥିବା କର୍ମଚାରୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/18/6pSZvepIZZdvVmseVV3C.jpg)