କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କୋଲକାତାର ବାବାସାହେବ ଆମ୍ବେଦକର ଶିକ୍ଷା ବିଶ୍ୱବିଦ୍ୟାଳୟରେ ଭାରତୀୟ ଶିକ୍ଷା ମଣ୍ଡଳର ଦକ୍ଷିଣବଙ୍ଗ ପ୍ରାନ୍ତ ପକ୍ଷରୁ ଆୟୋଜିତ ଗବେଷଣା ପତ୍ର ଲେଖା ପ୍ରତିଯୋଗିତା 'ବିଭିଭା' ସାର୍ଟିଫିକେଟ୍ ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆୟୋଜକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୋମା ବନ୍ଦୋପାଧ୍ୟାୟ ଅଧ୍ୟକ୍ଷତା କରିଥିଲେ। ଜୟନ୍ତ ଶର୍ମା, ପ୍ରଫେସର ରବି ଟେକ୍ଚନ୍ଦାନୀ, ପ୍ରଫେସର ସୁପର୍ଣ୍ଣା ମୈତ୍ର, ପ୍ରଫେସର ନୃସିଂହ ପ୍ରସାଦ ଭାଦୁରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ପ୍ରଫେସର ତ୍ରିପାଠୀ ତାଙ୍କ ଅଭିଭାଷଣରେ ବଙ୍ଗର ସମୃଦ୍ଧ ଐତିହ୍ୟ ଏବଂ ତାଙ୍କ ମହାନ ପୁତ୍ରମାନଙ୍କୁ ଏବଂ ଭାରତର ବୌଦ୍ଧିକ ପରମ୍ପରାରେ ଏହାର ଅବଦାନକୁ ପ୍ରଶଂସା କରିଥିଲେ। ସେ ଭାରତର ଗୌରବମୟ ଅତୀତକୁ ସ୍ମରଣ କରିଥିଲେ। ଶିକ୍ଷାର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋକପାତ କରିବା ଅବସରରେ ବର୍ତ୍ତମାନ ଶିକ୍ଷାବିତ୍ କେବଳ ଡିଗ୍ରି ଏବଂ ପଦୋନ୍ନତି ଉପରେ ଗୁରୁତ୍ୱ ଦେବା ନେଇ ସେ ଚିନ୍ତା ପ୍ରକଟ କରିଥିଲେ। ଏହାର ସମାଧାନ ପାଇଁ ସେ ଭାରତର ଗୌରବମୟ ମୂଲ୍ୟବୋଧକୁ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ।
କ୍ୟାନସର ଭଳି ଆଧୁନିକ ସ୍ୱାସ୍ଥ୍ୟ ଆହ୍ୱାନର ସମାଧାନ ଖୋଜିବା ଦିଗରେ ଯୋଗଦାନ କରିବାକୁ ସେ କୃଷିବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଫେସର ତ୍ରିପାଠୀ ଆଶା ବ୍ୟକ୍ତ କରିଥିଲେ ଯେ ଭାରତୀୟ ଶିକ୍ଷା ମଣ୍ଡଳ ଭାରତୀୟ ମୂଲ୍ୟବୋଧ ଉପରେ ଆଧାରିତ ଜାତୀୟ ଶିକ୍ଷା ନୀତିକୁ ପ୍ରୋତ୍ସାହିତ କରିବା ଜାରି ରଖିବ।
/sambad/media/media_files/2024/10/16/86641b53-2a92-4b9c-9c15-9c6fc99d0804.jpeg)
ପ୍ରଫେସର ସୋମା ବନ୍ଦୋପାଧ୍ୟାୟ ତାଙ୍କ ଅଭିଭାଷଣରେ ଶୈକ୍ଷିକ କାର୍ଯ୍ୟର ଗୁଣବତ୍ତା ବୃଦ୍ଧି ପାଇଁ ଜିଜ୍ଞାସା ଓ ସଂରକ୍ଷଣ ଗବେଷଣାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। 'ବିଭିଭା' ପ୍ରତିଯୋଗିତାର ପ୍ରତିଯୋଗୀ ଓ ଜୁରି ସଦସ୍ୟମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ଓ କଲେଜ ଅଧ୍ୟାପକ ଓ ଗବେଷକମାନେ ଉତ୍ସାହଜନକ ଅଂଶଗ୍ରହଣ କରିଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/16/19766f5d-c242-42fd-b0ae-b9125819ac51.jpeg)