ନୀଳଗିରି: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଉତ୍ତର ଓଡ଼ିଶାରେ ବର୍ଷା ଲୋକଙ୍କ ପାଇଁ ଦାଉ ସାଜିଛି। ଲଗାଣ ବର୍ଷାରେ ଏକ ପରିବାରର କାନ୍ଥ ଭୁଶୁଡ଼ି ଥିବା ବେଳେ ଛପର ଉଡ଼ିଯାଇଛି। ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ମିତ୍ରପୁର କେପି ମହଲ ଗାଁରେ।
ସୂଚନା ଅନୁସାରେ ମିତ୍ରପୁରରେ ଲଗାଣ ବର୍ଷା ପରେ ଘର ଭୁଶୁଡ଼ି ପଡ଼ିବା କାରଣରୁ ଦୁଇଜଣ ଶିଶୁ ଗୁରୁତର ଅଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଲକ୍ଷାଧିକ ଟଙ୍କାର ଆସବାପତ୍ର ନଷ୍ଟ ହୋଇ ଯାଇଥିବା ବେଳେ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରିଛନ୍ତି ପରିବାରର ଲୋକେ।
ଲଘୁଚାପଜନିତ ଲଗାଣ ବର୍ଷାରେ ହଠାତ୍ ଦୁଇଜଣ ଶିଶୁ ଘରେ ଶୋଇଥିବା ଅବସ୍ଥାରେ କାନ୍ଥ ଓ ଆଜବେଷ୍ଟ ଛପର ଭୁଶୁଡ଼ି ପଡିଥିଲା। ଜୀବନ ବିକଳରେ ଘରୁ ଦୌଡ଼ିବା ବେଳେ ଦୁଇଶିଶୁ ଗୁରୁତର ହୋଇ ରେମୁଣା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ତେବେ ବର୍ଷାରେ ସମସ୍ତ ଆସବାପତ୍ର ନଷ୍ଟ ହୋଇଯାଇଛି, ଯାହାକୁ ନେଇ ସହାୟତା ଲୋଡ଼ିଛି ବିପନ୍ନ ପରିବାର।
Balasore | Rain in Odisha
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/04/nilagiri-2025-09-04-17-55-54.jpg)