ରାଇଘର: ମା’ଙ୍କ ମହିମାକୁ ନେଇ ପୋଥି ପୂରାଣରେ ବହୁ ଘଟଣା ଉଲ୍ଲେଖ ରହିଛି। ହେଲେ ଆଜିର ଏହି ଆଧୁନିକ ତଥା ବୈଜ୍ଞାନିକ ଯୁଗରେ ଏବେବି ଏହି ମହିମା ଦେଖିବାକୁ ମିଳୁଛିl ଜଣେ ମହିଳା ନବରାତ୍ରୀରେ ଦୀର୍ଘ ୯ ଦିନ ଧରି ମା’ଙ୍କ ସମ୍ମୁଖରେ ଏକ କଣ୍ଟା ଶଯ୍ୟାରେ ଅନବରତ ଶୋଇ ରହିବା ସହ ନିଜ ଶରୀର ଉପରେ ଦିବ୍ୟ ଜ୍ୟୋତି ଜାଳି ରଖିବା ଭଳି ଘଟଣା ସାରା ଛତିଶଗଡ଼ ତଥା ଓଡ଼ିଶା ସୀମାନ୍ତ ଅଂଚଳରେ ଚହଳ ସୃଷ୍ଟି କରିଛି।

Advertisment

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ଖଲାରୀ ଗ୍ରାମ ଠାରେ ପୂଜା ପାଉଥିବା ଆଦିଶକ୍ତି ମା’ କାଳୀସୁନ୍ଦରୀ ମନ୍ଦିର ପରିସରରେ ଶିଲା ଯଦୁ (୪୫) ନାମକ ଜଣେ ମହିଳା ଭକ୍ତ ନବରାତ୍ରୀରେ ୯ ଦିନ ଧରି ଏକ ଲୁହା କଣ୍ଟା ଶଯ୍ୟାରେ ଶୋଇ ସାଧନା କରିଥିଲେ। ଉକ୍ତ କାଠ ନିର୍ମିତ ଶଯ୍ୟାରେ ପ୍ରାୟ ୪ ହଜାର ୩ ଶହ ୭୧ ଗୋଟି ଲୁହା କଣ୍ଟା ଲାଗିଥିବା ବେଳେ ଅଖିଆ ଅପିଆ ହୋଇ ସେଥିରେ ସେ ଚିତେଇ ଶୋଇ ରହିଥିଲେ। ପେଟରେ ଏକ ଦୀପ ଜାଳି ନଅ ଦିନ ଧରି ଓପାସ ରହିବା ପରେ ସେ ଶଯ୍ୟାରୁ ଉଠିଥିଲେ।

rai1

ଏହି ଶଯ୍ୟାଟିକୁ ରାୟପୁରର ଜଣେ କାରିଗର ନିର୍ମାଣ କରିଥିଲେ। ନବରାତ୍ରୀ ସରିବା ପରେ ଉକ୍ତ ମହିଳା ଜଣକ  ୬ ଶହ ୩୧ ଲୁହା ଶିକୁଳୀ ବିଶିଷ୍ଠ ଦୋଳିରେ ଝୁଲି ବ୍ରତ ଶେଷ କରିଥିଲେ। ମହିଳାଙ୍କ ଏଭଳି ଭକ୍ତି ଓ ନିଷ୍ଠାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।