ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରାମରେ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ନେଇ ଏକାଧିକ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଅଭିଯୋଗ ହୋଉଛିl ବେତନଟୀ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) ଅଧୀନ ବେଲଡିହା ଓ ଶିଖରଖୁଣ୍ଟା ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ହିତାଧିକାରୀଙ୍କୁ ବିଭିନ୍ନ ବାହାନା ଦେଖାଇ ଏହି ଯୋଜନା ପାଇଁ ଆବେଦନ ଫର୍ମ ବଣ୍ଟନରେ ନିଜ ଦାୟିତ୍ୱରେ ଅବହେଳା କରିଥିବା ନେଇ ଏକାଧିକ ମହିଳା ଅଭିଯୋଗ ଆଣିଛନ୍ତି l
ବେତନଟୀ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) ଅଧୀନ ବେଲଡିହା ଓ ଶିଖରଖୁଣ୍ଟା ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ହିତାଧିକାରୀଙ୍କୁ ବିଭିନ୍ନ ବାହାନା ଦେଖାଇ ଏହି ଯୋଜନା ପାଇଁ ଆବେଦନ ଫର୍ମ ବଣ୍ଟନରେ ନିଜ ଦାୟିତ୍ୱରେ ଅବହେଳା କରିଥିବା ନେଇ ଏକାଧିକ ମହିଳା ଅଭିଯୋଗ ଆଣିଛନ୍ତି l
ସୂଚନା ଅନୁଯାଇ ବେତନଟୀ ବ୍ଲକ ଅଧୀନ ଅଧିକାଂଶ ମହିଳାମାନଙ୍କୁ ଅଙ୍ଗନବାଡି କର୍ମୀ ହଇରାଣ ହରକତ କରୁଥିବା ନଜରକୁ ଆସିଛିI ମୁଖ୍ୟତଃ ରଘୁପୁର ପଞ୍ଚାୟତର ବେଲଡିହା ଓ ମହିଷାଶୋଳ ପଞ୍ଚାୟତର ଶିଖରଖୁଣ୍ଟା ଅଙ୍ଗନବାଡି କର୍ମୀ ହିତାଧିକାରୀଙ୍କ ଆଧାରରେ ମୋବାଇଲ ନଂ ସଂଯୋଗ ନହେଲେ ଆବେଦନ ଫର୍ମ ମିଳିବ ନାହିଁ ବୋଲି ସିଧାସିଧା ମନା କରିଦେଉଥିବାରୁ ସେମାନଙ୍କୁ ହୀନସ୍ତା ହେବାକୁ ପଡୁଛି ବୋଲି କହିଛନ୍ତି ମଞ୍ଜୁଲତା ମହାନ୍ତ ଓ ସାଲଗେ ମୁର୍ମୁଙ୍କ ସମେତ ଏକାଧିକ ମହିଳାl
ଆଧାର ସହିତ ମୋବାଇଲ ସଂଯୋଗ କରିବା ନିମନ୍ତେ ମହିଳାମାନେ ଏଣେତେଣେ ଯାଇ ବିଭିନ୍ନ ଜନସେବା କେନ୍ଦ୍ରରେ ଲମ୍ବା ଲାଇନରେ ଛିଡା ହେଉଛନ୍ତି l ଏ ବାବଦରେ ବେତନଟୀ ବ୍ଲକ ଶିଶୁ ବିକାଶ ଅଧିକାରିଣୀ ପାନବତୀ ମୁର୍ମୁଙ୍କୁ ଯୋଗାଯୋଗ କରିବାରୁ ସେ ଅଙ୍ଗନବାଡି କର୍ମୀଙ୍କୁ କଡା ନିର୍ଦେଶ ଦେବେ ବୋଲି ପ୍ରକାଶ କରିଛନ୍ତି l ସେହିଭଳି ବେତନଟୀ ବିଡ଼ିଓ ଗୋପୀନାଥ ଖାଖା କହିଛନ୍ତି କି ମୁଁ ପୂର୍ବରୁ ଏ ସମ୍ବନ୍ଧରେ ଅବଗତ ନଥିଲି, ଏବେ ଜାଣିବା ପରେ ମୁଁ ସେମାନଙ୍କୁ ତାଗିଦ କରିବିl ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘନଘନ ସାମ୍ବାଦିକ ସମ୍ମିଳନୀ କରି ସୁଭଦ୍ରା ଯୋଜନାର ପ୍ରତ୍ୟେକଟି ନିୟମାବଳୀକୁ ଲୋକଙ୍କ ପାଖରେ ପହଞ୍ଚାଉ ଥିବାବେଳେ ବେତନଟୀ ବ୍ଲକରେ ବିଭିନ୍ନ ଦିଗରେ ଏହାର ବ୍ୟତିକ୍ରମ ଘଟୁଥିବା ପରିଲକ୍ଷିତ ହେଉଛି I
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/6pJDudHmkaoKsU0mrdSx.jpg)