ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ରାଚକୋଣ୍ଡା ପୁଲିସ ନିକଟରେ ଦୁର୍ଦାନ୍ତ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ୪୫ ବର୍ଷ ଧରି ସଂଗଠନରେ କାର୍ଯ୍ୟ କରିବା ପରେ ଏବେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବାକୁ ଚିନ୍ତା କରିଛନ୍ତି। ଏମାନେ ହେଲେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଚିବ ତଥା ରାଜ୍ୟ କମିଟି ସଦସ୍ୟ ମାଲା ସଂଜୀବ ଅରଫ ଲେଙ୍ଗୁ ଦାଦା(୬୨) ଏବଂ ତାଂକ ପତ୍ନୀ ଷ୍ଟେଟ କମିଟି ମେମ୍ବର ପେରାଗୁଡା ପାର୍ବତୀ ଅରଫ ଦୀନା(୫୦)।
ସଂଜୀବ ୧୯୮୦ ମସିହାରେ ମାଓ ସଂଗଠନରେ ସାମିଲ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ। ଜନନାଟ୍ୟ ମଣ୍ଡଳୀରେ ଦୀର୍ଘ ୬ ବର୍ଷ କାମ କରିଥିଲେ। ସଂଜୀବ ୧୯୮୨ ମସିହାରେ ବିଦ୍ୟା ନାମକ ମହିଳା ନକ୍ସଲକୁ ବାହା ହୋଇଥିଲେ। ସେ ୨୦୦୨ ମସିହାରେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଥିଲେ। ୧୯୯୬ ମସିହାରେ ସେ ପିପୁଲସ ଵାର ଗ୍ରୁପରେ ନିଯୁକ୍ତି ପାଇଲେ। ଡିଭିସିଏମ ପଦବୀରେ ରହିବା ସହ ବିଭିନ୍ନ କମିଟିର ଦାୟୀତ୍ବ ନେଇଥିଲେ। ୨୦୦୩ ମସିହାରେ ସେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ଦାୟୀତ୍ବ ନେଲେ।
୨୦୦୭ରେ ସେ ପାର୍ବତୀଙ୍କୁ ବିବାହ କରିଥିଲେ। ଦୁହେଁ ଜନନାଟ୍ୟ ମଣ୍ଡଳୀର ଦାୟୀତ୍ବ ନେଇ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଗୀତ ଏବଂ ନାଚ ମାଧ୍ୟମରେ ସଚେତନ କରାଉଥିଲେ।ଦୁହେଁ ବହୁ ଥର ପୁଲିସ ଗୁଳିରୁ ବର୍ତ୍ତି ଯାଇଥିବା କହିଛନ୍ତି। ସେହିପରି ୧୯୯୨ ମସିହାରେ ପାର୍ବତୀ ନକ୍ସଲ ସଂଗଠନ ସହ ଜଡିତ ହୋଇଥିଲେ। ଦୀର୍ଘ ବର୍ଷ କାମ କରିବା ପରେ ୧୯୯୮ ମସିହାରେ ସେ ଏସିଏମ ପଦବୀରେ ପଦନ୍ନୋତି ପାଇଥିଲେ। ପରେ ସେ ୨୦୦୭ ମସିହାରେ ଆନ୍ଧ୍ର ଓଡିଶା ସ୍ବତନ୍ତ୍ର ଜୋନାଲ କମିଟିର ଏସିଏମ ଭାବେ ଦାୟୀତ୍ବ ନେଇଥିଲେ। ତାଂକର କାମରେ ସଂଗଠନ ଖୁସି ହୋଇ ୨୦୧୮ରେ ତାଂକୁ ଷ୍ଟେଟ କମିଟି ମେମ୍ବର ଭାବେ ପଦନ୍ନୋତି ଦେଇଥିଲା। ପାର୍ବତୀ ମଧ୍ୟ ବହୁଥର ପୁଲିସ ଗୁଳିରୁ ବର୍ତ୍ତିଥିବା କହିଥିଲା।
ତେବେ ଦୁହେଁ ଦୀର୍ଘ ଚାରି ଦଶନ୍ଧି ଧରି ନକ୍ସଲ ସଂଗଠନ ସହ ଜଡିତ ରହିଥିବା ବେଳେ ଏବେ ଚାରି ରାଜ୍ୟର ପୁଲିସ ନକ୍ସଲଲ ଦମନ ନେଇ ଜୋରଦାର ଅପରେସନ କରୁଥିବାରୁ ଦୁହେଁ ଭୟଭିତ ହୋଇ ଆତ୍ମସମର୍ପଣ କରିଥିବା ପୁଲିସ କହିଛି। ତେବେ ଦୁହିଁଙ୍କୁ ପ୍ରଶାସନ ତରଫରୁ ସମସ୍ତ ସହଯୋଗ ପ୍ରଦାନ କରାଯିବପ ବୋଲି କୁହାଯାଇଛି।
maoists | Malkangiri