ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ଓ ପୌରପରିଷଦ ହେଉଛି ରାଇରଂଗପୁର। ରାଇରଂଗପୁର ପୌରପରିଷଦର କାଉନସିଲରମାନେ ବିଭିନ୍ନ ଦାବି ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡିକ ହେଲା ରାଇରଙ୍ଗପୁର ପୌରପରିଷଦ ପାଇଁ ପାଇଁ ଜଣେ ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ଯଥାଶୀଘ୍ର ନିଯୁକ୍ତ କରାଯାଉ, ପୌରପରିଷଦ ପାଇଁ ଜଣେ ନିୟମିତ ମୁନସିପାଲ ଇଞିନିୟର୍ ନିଯୁକ୍ତ କରାଯାଉ, ପୌରପରିଷଦର କିଛି କର୍ମଚାରୀ ଦୀର୍ଘଦିନ ଧରି ପୌରପରିଷଦରେ କାର୍ଯ୍ୟ କରିଆସୁଛନ୍ତି ଏବଂ ତାଙ୍କ ପାଇଁ ସଦସ୍ୟ/ସଦସ୍ୟାମାନେ ଉଚିତ୍ ସମ୍ମାନ ପାଉନାହାଁନ୍ତି, ତାପସ ଭଟ୍ଟାଚାର୍ଯ୍ୟ ନାମକ ଜଣେ ଅବସରପ୍ରାପ୍ତ କର୍ମଚାରୀ ତାଙ୍କ ଚାକିରି ସମୟରେ ବହୁ ଦିର୍ନିତିରେ ଲିପ୍ତ ରହିଥିବା ସତ୍ୱେ ସେ ଅବସରଗ୍ରହଣ କରିବାର ୬ ବର୍ଷରୁ ଊର୍ଦ୍ଧ୍ବ ହୋଇଥିଲେ ମଧ୍ୟ ତାଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇ ଅଫିସର ସମସ୍ତ କାର୍ଯ୍ୟରେ ସେ ହସ୍ତକ୍ଷେପ କରୁଛନ୍ତି ଏବଂ ନିର୍ଭୟରେ ଦୁର୍ନୀତି କରୁଛନ୍ତି। ଏଣୁ ତାଙ୍କୁ ବହିଷ୍କୃତ କରାଯାଉ।
କନିଷ୍ଠ ଯନ୍ତ୍ରୀ ମୃତ୍ୟୁଂଜୟ ପହି ଦୀର୍ଘ ବର୍ଷ ହେଲଶ ପୌରପରିଷଦରେ ଚାକିରି କରି ଆସୁଛନ୍ତି। ମଝିରେ କିଛିଦିନ ପାଇଁ ଅନ୍ୟତ୍ର ବଦଳି ହୋଇଥିଲେ। ଶ୍ରୀ ପହି ୧୦ ବର୍ଷରୁ ଅଧିକ ପୌରପରିଷଦରେ ରହି ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ପାରିଷଦମାନେ କାଉନସିଲ୍ ବୈଠକରେ କୌଣସି ହିସାବ ମାଗିଲେ ତାହା ସେ ଦିଅନ୍ତି ନାହିଁ ଏବଂ କେବେ ମଧ୍ୟ ପାରିଷଦ ମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ ଏବଂ ତାଙ୍କ ଫୋନ୍ ମଧ୍ୟ ଉଠାନ୍ତ ନାହିଁ। ଏଣୁ ତାଙ୍କୁ ଯଥାଶୀଘ୍ର ଅନ୍ୟତ୍ର ବଦଳି କରାଯାଉ। ପୌରପରିଷଦର କର୍ମଚାରୀ ଜୟନ୍ତୀ ଗିରି ଗରିବ ଲୋକମାନଙ୍କୁ ଜମିପଟ୍ଟାର ସଠିକ୍ ଆବଣ୍ଟନ ନକରି ଗରିବ ଭୂମିହୀନ ଲୋକମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି। ଜମିପଟ୍ଟା ପାଇବା ପାଇଁ ଗରିବ ଲୋକମାନେ ଯେଉଁ ଦେୟ ଜମା କରିଛନ୍ତି ତାହାର ସଠିକ୍ ତଦନ୍ତ କରି ହିସାବ ନିଆଯାଉ।
ପାରିଷଦମାନେ ୱାର୍ଡ ଅନୁସାରେ ଭତ୍ତାର ହିସାବ ମାଗିଲେ ବିଭିନ୍ନ ଆଳ ଦେଖାଇ ହିସାବ ଦିଅନ୍ତି ନାହିଁ। ଏହା ବ୍ୟତୀତ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଭତ୍ତା ଟଙ୍କା ଆତ୍ମସାତ୍ କରିଥିବା ଜଣାପଡିଛି। ଏସଏଚଜିର ଦାୟିତ୍ୱରେ ଥାଇ ମଧ୍ୟ ସେ ବର୍ତ୍ତମାନ ସୁଦ୍ଧା କୌଣସି ୱାର୍ଡକୁ ଯାଇ ସଂୟ ସହାୟକ ଗୋଷ୍ଠୀର ମହିଳାଙ୍କୁ ନେଇ ବୈଠକ କରିନାହାଁନ୍ତି। ମୁକ୍ତା ଯୋଜନାର କନିଷ୍ଠଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀମାନେ ମୁକ୍ତା ଯୋଜନାର ଫାଇଲ୍ କମ୍ପ୍ଲିଟ୍ କରୁନାହାଁନ୍ତି। କାମ ସରିଯାଇଥିଲେ ମଧ୍ୟ ରନିଂ ବିଲ୍ ଦେଇ ରଖିଦେଇଥାନ୍ତି। ମୁକ୍ତା ଯୋଜନାରେ ଏସଏଚଜିର ବ୍ୟାଙ୍କ୍ ଖାତାକୁ ସବୁଟଙ୍କା ଦିଆଯିବାର ନିୟମ ରହିଛି କିନ୍ତୁ ସେମାନେ ଅଫିସ ପଟୁ ଭେଣ୍ଡର ଦେଇ ଟଙ୍କା ରଖିଥାନ୍ତି। ତାହାର ତଦନ୍ତ କରାଯାଉ।
ମହୁଲଡିହାସ୍ଥିତ ବଡ଼ବନ୍ଧରେ ଆଜି ପର୍ଯ୍ୟନ୍ତ କେଉଁ ଯୋଜନାରେ କେତେ ଟଙ୍କାଖର୍ଚ୍ଚ କରାଯାଉଛି ଏବଂ କେଉଁ ଠିକାଦାର କରୁଛନ୍ତି ତଥା କେଉଁ କନିଷ୍ଠ ଯନ୍ତ୍ରୀଙ୍କ ଦାୟିତ୍ୱରେ କାମ କରାଯାଉଛି। ତାହାର ସୂଚନା ଫଳକ ଲଗାଯାଉନାହିଁ। ଏଣୁ ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉନ ବୋଲି ଦାବି କରିଛନ୍ତି। ଉକ୍ତ ସମସ୍ୟା ଗୁଡିକର ସମାଧାନ ନହେଲେ କାଉନସିଲରମାନେ କୌଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ କିମ୍ବା କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ତେବେ ଶନିବାର ପୌରପରିଷଦର ସ୍ୱଚ୍ଛତା ରଥର ସହର ପରିକ୍ରମା ସମୟରେ କୌଣସି କାଉନସିଲର୍ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା। ଏ ସମ୍ବନ୍ଧରେ ପୌରପରିଷଦର ପୌରାଧକ୍ଷ ଅଭିଷେକ ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/mRnCAtT5XHvP9EUDkc2r.jpeg)